ଜଳେଶ୍ବର, (ବାଘୁଆବାର୍ତ୍ତା): ୬୦ ନଂ ଜାତୀୟ ରାଜପଥ ନୟନଯୋରୀରୁ ଅଖା ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରି କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ମଧୁବନ ଢ଼ାବା ନିକଟରେ ଏକ ନୟନଯୋରୀରେ ଏକ ପ୍ଲାଷ୍ଟିକ ଅଖାରେ କିଛି ଜିନିଷ ଭର୍ତ୍ତି ହୋଇ ପଡିଥିଲା । ସେଥିରୁ ଦୁର୍ଗନ୍ଧ ବାହାରୁଥିବା ବେଳେ କିଛି ଲୋକ ଜାଣିବା ପରେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଅଖାଟିକୁ ପାଣି ଭିତରୁ ଉଦ୍ଧାର କରିଥିବା ବେଳେ ସେଥିରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ହତ୍ୟା କରି କେହି ଦୁର୍ବୃତ୍ତ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିଲା ବେଳେ ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।





