ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ବର ଜିଲ୍ଲା ନୀଳଗିରି ମିତ୍ରପୁର ଅଞ୍ଚଳରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି । ବ୍ଲୁ ଲେକ୍ରୁ ଦୁଇ ନିଖୋଜ ଯୁବକଙ୍କ ଶବ ମିଳିଥିବା ବେଳେ କାଂଶ ଅଞ୍ଚଳର ଭବାନୀଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରି । ସାଙ୍ଗ ମନୋରଞ୍ଜନ ହତ୍ୟା ଦେଖିବା ପରେ ତାଙ୍କୁ ବି ମାରି ଦେଇଥିଲେ ସୁପାରି କିଲର । ଦୁଇ ଯୁବକଙ୍କୁ ହତ୍ୟା ପରେ ପରିତ୍ୟକ୍ତ ଖାଦାନରେ ଫିଙ୍ଗି ଦେଇଥିଲେ । ୪ ଦିନ ପରେ ଉଭୟଙ୍କ ମୃତଦେହ ମିଳିଥିଲା । ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର । ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ଼ ଭାଇ ଓ ଭାଉଜ ଷଡ଼ଯନ୍ତ୍ର କରିଥିଲେ । ଭାଇ-ଭାଉଜ ଲକ୍ଷେ ୪୦ ହଜାର ଟଙ୍କାରେ ମାରିବା ପାଇଁ ଡିଲ୍ କରିଥିଲେ । ପରେ ନିଜେ ଅଭିଯୋଗ କରି ତଦନ୍ତକୁ ବାଟବଣା କରିଥିଲେ । ତେବେ ଭାଇ-ଭାଉଜକୁ ମିଶାଇ ୬ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ୭୦ ହଜାର, ମାରଣାସ୍ତ୍ର, ୬ଟି ଫୋନ୍, ଦୁଇଟି ମୋଟରସାଇକେଲ ଜବତ ହଇଛି । ଏ ନେଇ ପ୍ରେସମିଟ୍ ଜରିଆରେ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।





