ଭୁବନେଶ୍ଵର, (ବାଘୁଆବାର୍ତ୍ତା): ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ସେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ । ଏହାସହ ସଂତୃପ୍ତ ବିର୍ଲା କାର୍ବନର ନିର୍ଦ୍ଦେଶକ ମଧ୍ୟ ରହିଥିଲେ ।
ବିଜେଡିରେ ଯୋଗ ଦେବା ପରେ ସେ କହିଛନ୍ତି, ଦଳରେ ଯାହା ଦାୟିତ୍ୱ ମିଳିବ ତାକୁ ସୂଚାରୁ ରୂପେ ପାଳନ କରିବି । ଓଡିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଦେବୀପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ସେହ୍ନାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ ନାୟକ, ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ ।






