ନୟାଗଡ଼,(ବାଘୁଆବାର୍ତ୍ତା): ଭାପୁର ବ୍ଲକରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରେ ଫତେଗଡ଼ ପଂଚାୟତରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନିମାଣି ପଂଚାୟତ ନିମାଣି ଗାଁରୁ ୫ ଜଣ ଏବଂ ଅରଖପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଦ୍ମାବତୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଉଁଫୁଲିଆରୁ ଜଣେ, ବାଉଁଶବାଟି ପଂଚାୟତ ପୋଡ଼ାସାହିରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଭାପୁର ବ୍ଲକର ଫତେଗଡ଼, ନିମାଣି, ପଦ୍ମାବତୀ, କଇଁଫୁଲିଆ, ବାଉଁଶବାଟି ଆଦି ୫ ପଂଚାୟତକୁ ସରପଂଚମାନେ ଆଗାମୀ ୩୧ ତାରିଖ ଯାଏଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ।






