Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ସାଙ୍ଗ ନିଖୋଜ ଥିଲେ, ମିଳିଲା ମୃତଦେହ

by ସଞ୍ଜୟ ସ୍ୱାଇଁ
February 9, 2024
in Crime, State
ଦୁଇ ସାଙ୍ଗ ନିଖୋଜ ଥିଲେ, ମିଳିଲା ମୃତଦେହ
64
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ସୋମବାର ଠାରୁ ନିଖୋଜ ଥିଲେ ଦୁଇ ସାଙ୍ଗ । ଆଜି ଜଣଙ୍କର ମିଳିଲା ମୃତଦେହ । ଅନ୍ୟ ଜଣେ ଏବେବି ନିଖୋଜ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାଥାଉକି, ନୀଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ପଞ୍ଚାୟତର ସନ୍ତୋଷ ରାଉତର ପୁଅ ଭବାନୀ ସୋମବାର ଅପରାହ୍ନରେ ସାଙ୍ଗ ମନୋରଞ୍ଜନ ମହାପାତ୍ର ସାଙ୍ଗରେ କୁଆଡେ ଯାଇ ଆଉ ଫେରିନରିଥିଲେ । ସେପଟେ ଘରକୁ ଫେରିବାରେ ବିଳବିମ୍ବ ହେଉଥିବାରୁ ଉଭୟ ପରିବାର ଲୋକେ ଦୁଇ ଜଣଙ୍କୁ ଖୋଜାଖୋଜି କରିଥିଲେ । କୌଣସି ସନ୍ଧା ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳେ ମିତ୍ରପୁର ଅଞ୍ଚଳରେ ଥିବା ବ୍ଲୁଲେକ ନିକଟରେ ତାଙ୍କର ବାଇକ୍ ଥୁଆ ହୋଇଥିବା ବେଳେ ପାଖରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା । ବାଇକର ପ୍ଲକରୁ ତାର ଖୋଲା ଯାଇଥିବା ବେଳେ ଏକ ସ୍ଥାନରେ ପଥର ରକ୍ତ ପଡିଥିବା ଦେଖାଯାଇଥିଲା । ନୀଳଗିରି ଏସଡ଼ିପିଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ଗୋପାଳ କର୍ଣ୍ଣପହଁଚି ତଦନ୍ତ କରିବା ରି ପରେ ସାଇଣ୍ଟିଫିକ୍ ଟିମ୍‌ ସହିତ ସନ୍ଧାନୀ କୁକୁର ବ୍ଲୁ ଲେକ୍‌ରେ ଯାଞ୍ଚ୍ କରିଥିଲେ । ଚାରିଦିନ ପରେ ଆଜି ସକାଳେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଦୁଇ ଯୁବକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଡିବା ବେଳେ ପ୍ରଶାସନିକ ସ୍ତରରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଦାବି ହୋଇଥିଲା । ତେବେ ଏହି ଘଟଣାରେ ତିନି ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!