ବଲାଙ୍ଗିର, (ବାଘୁଆବାର୍ତ୍ତା): ପୁଇଁତଳା ଥାନା ଖାଲିଆପାଲି ଗାଁରେ ଅଭାବନୀୟ ଘଟଣା । ୬ ମାସ ଶିଶୁ ପୁତ୍ରର ଗଳା କାଟିଦେଲା ମାଆ । ବଲାଙ୍ଗିର ଡାକ୍ତର ଖାନାରେ ମୃତ୍ୟୁ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଉଛି ମାଆ ମୀନା ନାଗ । ସୂଚନା ଥାଉକି, ଅଭିଯୁକ୍ତ ମାଆର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଛନ୍ତି । ଘଟଣା ସ୍ଥଳରେ ପୁଇଁତଳା ଥାନା ପୋଲିସର ତଦନ୍ତ ଜାରି । ପଦ୍ମପୁର ମଲଦା ଠାରେ ବାହା ହୋଇଥିଲେ ୨୦୧୯ ମସିହାରେ ରବୀନ୍ଦ୍ର ନାଗଙ୍କୁ ମିନା । ତାଙ୍କ ୩ ବର୍ଷ ଓ ୨ ବର୍ଷ ଝିଅ ଥିବା ବେଳେ ୬ ମାସ ହେଲା ଶିଶୁପୁତ୍ର ଜନ୍ମ ହୋଇଥିଲା। ଆଜି ସକାଳୁ ୭ ଟା ସମରେ ଶିଶୁର ଆଇ ନାତିକୁ ତେଲ ଲଗାଇବାକୁ ଗଲେ ସେହିସମୟରେ ଦେଖିଥଲେ ନାତିର ରକ୍ତ ଜୁଡୁବୁଡୁ ଦେହ। ଏନେଇ ଶିଶୁଙ୍କ ବାପା ପ୍ରଥମେ ତରଭା ଡାକ୍ତର ଖାନା ଓ ପରେ ବଲାଙ୍ଗୀର ଡାକ୍ତର ଖାନା ଆଣିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।





