କଟକ, (ବାଘୁଆବାର୍ତ୍ତା): କଟକ ଏସସିବି ମେଡିକାଲରୁ ୫ ଦଲାଲ ଗିରଫ। କଟକ ମଙ୍ଗଳାବାଗ ଥାନା ପୋଲିସ ଏହି ୫ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସସିବିରୁ ଘରୋଇ ମେଡିକାଲକୁ ରୋଗୀ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ଡ୍ରାଇଭର ଓ ଠିକା ମେଡିକାଲ୍ କର୍ମଚାରୀ ଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଏସସିବି ମେଡିକାଲକୁ ବିଭିନ୍ନ ଅଞ୍ଚଳରୁ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। କିନ୍ତୁ ଏଠାରେ ଦଲାଲଙ୍କ ହାବୁଡ଼ରେ ପଡି ହଇରାଣ ହୋଇଥାନ୍ତି। ଏପରିକି ଗରିବ ଲୋକମାନେ ଦଲାଲଙ୍କ ଦ୍ବାରା ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି। ଏଥିପାଇ ଏସସିବି ପରିସରକୁ ଦଲାଲମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି କ୍ରମରେ ଆଜି ୫ ଦଲାଲ ଗିରଫ ହୋଇଛନ୍ତି।





