Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ସାହିତ୍ୟ ସାର୍‌, ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ

by ସଞ୍ଜୟ ସ୍ୱାଇଁ
February 8, 2024
in Crime, State
ପାଇଖାନା ଅର୍ଥ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ
98
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଘରକୁ ଟ୍ୟୁସନ୍‌ କରିବାକୁ ଆସୁଥିଲେ ସାର୍‌ । ପାଠ ପଢ଼ା ବାହାନାରେ ସାର୍‌ ନାବାଳିକା ଛାତ୍ରୀକୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ସହ ଅସଦାଚରଣ କରିଥିଲେ । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଏମିତି ଘଟଣା ଘଟିଛି । ପୁଲିସ୍‌ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଳା ପାଟକୁରା ଅଞ୍ଚଳର ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପଶ୍ଚିମବଙ୍ଗର ଏକ ପରିବାର ଭରତପୁର ଅଞ୍ଚଳରେ ଗତ ୩ ବର୍ଷ ହେବ ରହୁଛନ୍ତି । ତାଙ୍କର ନାବାଳିକା କନ୍ୟା ସ୍ଥାନୀୟ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛି । ତେବେ ଝିଅକୁ ଓଡ଼ିଆ ପଢ଼ାଇବା ପାଇଁ ଗତ କିଛି ଦିନ ଟ୍ୟୁସନ୍‌ ସାର୍‌ ଖୋଜୁଥିଲେ ବାପ ମା’ । ଏହି ସମୟରେ ସୁଶୀଲ୍‌ଙ୍କ ସହ ଯୋଗାଯୋଗ କରିଥିଲେ । ଗତ କିଛି ଦିନ ହେବ ସୁଶୀଲ ନାବାଳିକାକୁ ଓଡ଼ିଆ ପାଠ ପଢାଇବା ଲାଗି ଘରକୁ ଆସିଥିଲେ । ଗତ ୨୫ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ପାଠ ପଢାଉଥିବା ସମୟରେ ଭିତର ପଟୁ କବାଟ ବନ୍ଦ କରି ନାବାଳିକା ସହ ଅଶାଳୀନ ବ୍ୟବହାର କରିଥିଲା । ନାବାଳିକା ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ ଜଣାଇ ନଥିଲେ । ୨୭ ତାରିଖ ଦିନ ମଧ୍ୟ ଅଭିଯୁକ୍ତ ସୁଶୀଲ୍‌ ପାଠ ପଢ଼ାଇବା ସମୟରେ ନାବାଳିକାକୁ ଖରାପ ଭିଡିଓ ଦେଖିବା ଲାଗି ବାଧ୍ୟ କରିଥିଲେ । ନାବାଳିକା ଜଣଙ୍କ ୨ଦିନ ପରେ ଏ ବିଷୟରେ ତାଙ୍କ ମା’ଙ୍କୁ ଜଣାଇଥିଲେ । ମା’ ଏକଥା ଜାଣିବା ପରେ ଟ୍ୟୁସନ୍‌ ସାର୍‌ଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ । ତେଣୁ ବାପା-ମା’ କିଛି ଉପାୟ ନ ପାଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ସମୟରେ ସାର୍‌ଙ୍କର କଳା କାରନାମା ପଦାକୁ ଆସିଥିଲା । ବୁଧବାର ରାତିରେ ପୁଲିସ୍‌ ସାର୍‌ଙ୍କୁ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!