ଟିଟିଲାଗଡ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ହାବୁଡରେ ପଡିଲେ ଅମିନ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ କାର୍ଯ୍ୟାଳୟର ଅମିନ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ କାର୍ଯ୍ୟାଳୟର ଅମିନ ନରେନ୍ଦ୍ର କବି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଅମିନ ନରେନ୍ଦ୍ର ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡିବସିଛି । ନିରେନ ସାହୁଙ୍କ ଜମି ଡିମାରକେସନ ପାଇଁ ନରେନ୍ଦ୍ର ଲାଞ୍ଚ ନେଉଥିଲେ । ତେବେ ସଇଁତଲା ତହସିଲ କାର୍ଯ୍ୟାଳୟରେ ଅନେକ ଦିନ ହେଲା ଏଭଳି କାର୍ଯ୍ୟ ଚାଲିଆସୁଥିବା ଜଣାପଡିଛି ।





