Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହେମନ୍ତ ସୋରେନଙ୍କ ପାଇଁ ବଢିଲା ଅଡୁଆ

by ସଞ୍ଜୟ ସ୍ୱାଇଁ
February 7, 2024
in Politics, State
ହେମନ୍ତ ସୋରେନଙ୍କ ପାଇଁ ବଢିଲା ଅଡୁଆ
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ହେମନ୍ତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । ପ୍ରଥମେ ଇଡିକୁ ୫ ଦିନିଆ ରିମାଣ୍ଡ ମିଳିଥିବା ବେଳେ ପୁଣି ୫ ଦିନିଆ ରିମାଣ୍ଡ ଅବଧୀକୁ ଅନୁମତି ଦେଇଛନ୍ତି କୋର୍ଟ । ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ବୁଧବାର ଦିନ ଇଡି ହେମନ୍ତ ସୋରେନଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିଥିଲେ । କୋର୍ଟିରେ ଇଡି ଆଉ ୭ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି । କୋର୍ଟକୁ ଇଡି ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ ହେମନ୍ତ ସୋରେନ ମଧ୍ୟ ତାଙ୍କର ବ୍ୟକ୍ତିଗତ ଅସୁବିଧା ଜଣାଇଥିଲେ । ହେମନ୍ତ କହିଥିଲେ କି ଇଡି କାର୍ଯ୍ୟାଳୟରେ ତାଙ୍କୁ ହଇରାଣ କରାଯାଉଛି । ତାଙ୍କୁ ସୂର୍ଯ୍ୟକିରଣ ଦେଖିବାର ସୁଯୋଗ ଦିଆଯାଉ ନାହିଁ, ବନ୍ଦ କୋଠରୀରେ ରହିବା ତାଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଏସବୁ କାରଣ ଦର୍ଶାଇ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରିବା ପାଇଁ ହେମନ୍ତ ସୋରେନ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ସେପଟେ ହେମନ୍ତ ସୋରେନ ଆଜି ସକାଳେ ଜେଲ ଭିତରେ ତାଙ୍କର ବିବାହ ବାର୍ଷିକ ପାଳନ କରିଛନ୍ତି । ଏହି ଅବସରରେ ସକାଳେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପାନ ସୋରେନ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!