ନୀଳଗିରି, (ବାଘୁଆବାର୍ତ୍ତା): ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ବର୍ଷେ ଜେଲଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା ଶୁଣାଇଲେ ନୀଳଗିରି ଏସଡିଜେଏମ ଇପ୍ସି ମହାନ୍ତି । ଜରିମାନା ଅନାଦେୟ ଅଧିକ ତିନି ମାସ ଜେଲଦଣ୍ଡ ନିର୍ଦ୍ଦେଶ ରହିଛି । ଅଭିଯୁକ୍ତ ହେଲେ ବାଲେଶ୍ଵର ଟାଉନ ଥାନା ଅଧିନ ନୂଆପୁର ଗ୍ରାମର ସୁବ୍ରତ କୁମାର ମହାନ୍ତି । ସୂଚନାଯୋଗ୍ୟ ଯେ, ସୁବ୍ରତ ବେଗୁନିଆ ଗାଁର ଗୋବିନ୍ଦ ଚନ୍ଦ୍ର କରଣଙ୍କ ପୁଅ ଭାସ୍କରଚନ୍ଦ୍ର କରଣଙ୍କ ଠାରୁ ୧.୬୦ ଲକ୍ଷ ଟଙ୍କା ଉଧାର ନେଇଥିଲେ । ପରେ ଆଉ ଉଧାର ଟଙ୍କା ଫେରାଇବାର ନାଁ ନଧରିବାରୁ ଭାସ୍କର ନିଧିପଣ୍ଡା ବ୍ରାଞ୍ଚରେ ଥିବା ଫେଡ୍ରାଲ ବ୍ୟାଙ୍କରେ ଚେକ୍ ଲଗାଇବାରୁ ଏହା ବାଉନ୍ସ ହୋଇଥିଲା । ଏନେଇ ଭାସ୍କର ନୀଳଗିରି ଏସଡିଜେଏମ କୋର୍ଟରେ ଆଶ୍ରୟ ନେବାରୁ ୩୨/୨୦୨୩ ନମ୍ବର ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ସମସ୍ତ ସାକ୍ଷୀ ଆଧାରରେ ଏସଡିଜେଏମ ଇପ୍ସି ମହାନ୍ତି ସୁବ୍ରତକୁ ବର୍ଷେ ଜେଲ୍ ଓ ଦୁଇ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ନିର୍ଦ୍ଦେଶ ରହିଛି । ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ଦିଗମ୍ବର ସ ମୋକଦ୍ଦମା ପରିଚାଳନା କରୁଥିଲେ ।





