Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା, ଆସାମୀକୁ ୨୦ ବର୍ଷ ଜେଲ ଦଣ୍ଡ

by ସଞ୍ଜୟ ସ୍ୱାଇଁ
February 6, 2024
in Crime, Nayagarh, State
ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା, ଆସାମୀକୁ ୨୦ ବର୍ଷ ଜେଲ ଦଣ୍ଡ
809
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ର ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ ଦେବା ସହ ୬୦୦୦ ଟଙ୍କା ଯୋରିମନା କରାଯାଇଛି । ୬୦୦୦ ଟଙ୍କା ଦେଇ ନପାରିଲେ ଆଉ ୧ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି ଆଜି ଚିଲ୍‌ଡ୍ରେନ କୋର୍ଟ ରାୟ ଦେଇଛନ୍ତି । ଏହି ମାମଲାରେ ଏସଆଇଟିର ଆଇନଜିବି ଚିତରଞ୍ଜନ କାନୁନଗୋ ଓ ନୟାଗଡ଼ର ସରକାରୀ ଆଇନଜୀବି ଅନୁୱାର ମଲ୍ଲିକ କେସ୍ ପରିଚାଳନା କରିଥିଲେ । ସୁଚନାନୁସାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଘଟିଥିଲା ଏହି ଘଟଣା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନେକ ରାଜନୈତିକ ତୁମ୍ବି ତୋଫାନ ଘଟଣା ଦେଖିବାକୁ ମିଳିଥିଲା । ଆଜି ନୟାଗଡ ସ୍ଵତନ୍ତ୍ର ଚିଲଡ୍ରେନ୍ କୋର୍ଟରେ ଏହି ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ନୟାଗଡ ସଦର ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅର୍ଗତ ଯଦୁପୁର ଗାଁର ୬ ବର୍ଷର ନାବାଳିକା ଝିଅ ଜୁଲାଇ ୧୪ ତାରିଖ ୨୦୨୦ ଦିନ ଘର ଆଗରେ ଖେଳୁଥିବା ସମୟରେ ହଠାତ୍ କେଉଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇବାପରେ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ୱାର୍ଡ ଆଣି ଖୋଳତାଡ କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । ପରେ ସେହିମାସ ୨୩ ତାରିଖ ଦିନ ତାଙ୍କ ଘର ବାଡିପଟ ନିକଟରେ ଥିବା ଗାଡିଆ ନିକଟରୁ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ପୂର୍ବ ଶତୃତା କାରଣରୁ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ନାବାଳିକାର ବାପା ଅଭିଯୋଗ କରିବା ସହ ଦୋଷୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ସେ ଦାବି କରିଥିଲେ । ହତ୍ୟାକାରୀକୁ ଧରିବା ଦାବିରେ ପରିବାର, ଗ୍ରାମବାସୀ ଏବଂ ବିଭିନ୍ନ ରାଜନୈତିକ ଦଳ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ହେଲେ ନ୍ୟାୟ ନମିଳିବାରୁ ନାବାଳିକାର ବାପା ଏବଂ ମା ଉଭୟ ନଭେମ୍ବର ୨୪, ୨୦୨୦ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏହାପରେ ରାଜ୍ୟ ସରକାର ନଭେମ୍ବର ୨୫ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରେ ବିରୋଧୀଙ୍କ ଦାବି ପରେ ୨୮ ତାରିଖରେ ସରକାର ଏସ୍.ଆଇ.ଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଆଇପି.ଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହାର ତଦନ୍ତ କରି ସେହି ଗାଁର ଅଭିଯୁକ୍ତକୁ ଡିସେମ୍ବର ୨୦ ତାରିଖରେ ଗିରଫ କରିଥିଲା ଏସ୍.ଆଇ.ଟି । ଅଭିଯୁକ୍ତକୁ ପଚରାଉଚରା ପରେ ସେ ହିଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଧରା ପଡିଯିବା ଭୟରେ ହତ୍ୟା କରିଥିବା ସ୍ଵୀକାର କରିଥିବା ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏସ୍.ଆଇଟି ଚାଇଲ୍ଡ କୋର୍ଟରେ ୧୭ ଫେବୃଆରୀ ୨୦୨୧ରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ ୮୫ ଜଣଙ୍କୁ ସାକ୍ଷୀ ରଖାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!