ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ୱରେ ଆଜି ସ୍ପେଶାଲ୍ ସ୍ୱାର୍ଡ଼ ଟିମ୍ ଆଜି ସହର ଖଣ୍ଡପଡ଼ା ରୋଡ଼ସ୍ଥିତ ଠିପିଖୋଲା ବିଦେଶୀ ମଦ ଦୋନାନରେ ଚଢ଼ାଉ କରିଥିଲେ । ଏହି ମଦ ଦୋକାନରେ କୋଭିଡ୍ ନିୟମକୁ ଅଣଦେଖା କରାଯାଉଥିବା ନେଇ ଦେଖାଯାଇଥିଲା । ଯାହାକୁ ନେଇ ସ୍ୱାର୍ଡ଼ ମଦ ଦୋକାନଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ଏହି ଚଢ଼ାଉରେ ନୟାଗଡ଼ ତହସିଲଦାର୍ ଭିକାରୀ ସାହୁ, ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ପ୍ରମୂଖ ସାମିଲ ହୋଇଥିଲେ ।






