ଆନନ୍ଦପୁର, (ବାଘୁଆବାର୍ତ୍ତା): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧିନସ୍ଥ କୁଣ୍ଡିସାହି ଗ୍ରାମରେ ଚୋରି । ପରିବାର ଲୋକେ ଘରେ ଚାବି ପକାଇ ଅପେରା ଦେଖି ଯାଇଥିବା ବେଳେ ଚୋରମାନେ ଘରେ କଳା କନା ବୁଲାଇଛନ୍ତି । ସୂଚନା ଥାଉକି, ଗାଁର ସନାତନ ମୁଦୁଲିଙ୍କ ପରିବାର ଲୋକେ ଗତକାଲି ଗାଁ ନିକଟରେ ହେଉଥିବା ଅପେରା ଦେଖିବାକୁ ପଳାଇଥିଲେ । ଘରେ କେବଳ ୮୫ ବର୍ଷୀୟ ବୁଢ଼ୀ ମାକୁ ଛାଡି ଯାଇଥିଲେ । ରାତି ପାଖାପାଖି ୨ଟା ରୁ ୩ଟା ସମୟରେ ଦୁର୍ବୃତ୍ତ ମାନେ ତାଙ୍କ ଘରର ଝରକା ତାଡି ଘର ଭିତରେ ପଶି ଘରୁ ୧୫ଭରି ଓଜନର ସୁନା ଗହଣା, ୧୦ଭରି ଓଜନର ରୁପା ଓ ନଗଦ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି । ପରିବାର ଲୋକେ ଫେରିବା ପରେ ଭିତରୁ ତାଲା ପକା ଯାଇଥିବା ଦେଖି ଲୁଟ୍ ସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତ କିଛିଦିନ ତଳେ ଛେନାପଦି ମହିଳା କଲେଜ ଅଧ୍ୟକ୍ଷାଙ୍କ ଘରୁ ଲୁଟ୍ ହୋଇଥିବା ବେଳେ ପୋଲିସ ଲୁଟେରାଙ୍କ ସମ୍ପର୍କରେ ସମାନ୍ୟତମ ସୂଚନା ପାଇନଥିବା ବେଳେ ପୁଣି ଏହି ଲୁଟ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।





