ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଗତକାଲି ରାତିରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ଗାଁ ବ୍ଲକ ଶରଧାପୁର ପଂଚାୟତର ଜଣେ କରୋନା ଆକ୍ରାନ୍ତ ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ତାଙ୍କ ମାଆଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି । ମାତ୍ର କରୋନା ଆକ୍ରାନ୍ତ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଥିବାରୁ ଗ୍ରାମବାସୀ ଶବ ସତ୍କାର କରିବାକୁ ଅମଙ୍ଗ ହୋଇଥିବା ବେଳେ ସ୍ଥାନୀୟ ସରପଂଚ ଶ୍ରୀଧର ଦଳେଇ ଏଥିପାଇଁ ଅଣ୍ଟା ଭିଡ଼ିଥିବା ଜଣାଯାଇଛି । ଗ୍ରାମବାସୀଙ୍କୁ ସରପଂଚ ଦୀର୍ଘ ସମୟ ଧରି ବୁଝାଶୁଝା କରିବା ପରେ ନୟାନ୍ତ ହୋଇ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆର୍ବିକେଏସ୍ ଇନଚାର୍ଯ ମୃତ୍ୟୁଞ୍ଜୟ ରାଉତଙ୍କ ସହାୟତା ନେଇଥିଲେ । ଶ୍ରୀଯୁକ୍ତ ରାଉତ ବିଳମ୍ବିତ ରାତିରେ କିଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଗ୍ରାମରେ ପହଂଚିଥିଲେ । ସ୍ୱାସ୍ଥ୍ୟ କର୍ମଚାରୀମାନେ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିବା ଜଣାଯାଇଛି ।






