ଇସ୍ଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କର ସମସ୍ୟା ବଢ଼ି ଚାଲିଛି। ତୃତୀୟ ପତ୍ନୀ ବୁଶରା ବିବିଙ୍କ ସହ ତାଙ୍କର ବିବାହକୁ ଅଣଇସ୍ଲାମୀୟ ଦର୍ଶାଇ ଶନିବାର(ଫେବ୍ରୁଆରୀ ୩) ପାକିସ୍ତାନ କୋର୍ଟ ଦମ୍ପତିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଖବର ଅନୁସାରେ ବୁଶ୍ରାଙ୍କ ପ୍ରଥମ ସ୍ୱାମୀ ଖଆବର ମନେକା ଏହାକୁ ନେଇ କୋର୍ଟରେ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଏମାନେ(ଇମ୍ରାନ ଓ ବୁଶରା) ବିବାହ ମଧ୍ୟରେ ଅନିବାର୍ଜ୍ୟ ବିରାମ ବା ଇଦ୍ଦତ ପଦ୍ଧତିକୁ ପାଳନ ନ କରି ଇସ୍ଲାମିକ୍ ପ୍ରଥାର ଉଲ୍ଲଂଘନ କରିଛନ୍ତି। ଏହି ମାମଲାରେ ଜେଲ୍ରେ ୧୪ ଘଣ୍ଟାର ଶୁଣାଣି ହୋଇଥିଲା। ମାନେକା ଇମ୍ରାନଙ୍କ ଉପରେ ପରକୀୟା ପ୍ରୀତିର ଅଭିଯୋଗ ମଧ୍ୟ ଲଗାଇଥିଲେ। ୧୪ ଘଣ୍ଟାର ଶୁଣାଣି ପରେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରାଏଲ୍ କୋର୍ଟ ନିଜର ଶୁଣାଣି ପୂରା କରିଥିଲେ। ଇମ୍ରାନ୍ଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ସୂଚନା ଥାଉକି ଇମ୍ରାନ ଖାନ୍ ବର୍ତ୍ତମାନ ଏକାଧିକ ମାମଲାରେ ରାୱଲପିଣ୍ଡିର ଅଡିଆଲା ଜେଲ୍ର ବନ୍ଦୀ ଅଛନ୍ତି। ସୂଚନା ଥାଉକି ଚଳିତ ସପ୍ତାହରେ ଇମ୍ରାନ୍ ଖାନଙ୍କୁ ସିଫର ମାମଲାରେ ୧୦ ବର୍ଷ ଓ ତୋକ୍ଶାନ ମାମଲାରେ ୧୪ ବର୍ଷ ଜେଲ୍ ଦଣ୍ଡ ହୋଇଛି। ତୋଶ୍ଖାନା ଦୁର୍ନୀତି ମାମଲାରେ ପାକିସ୍ତାନ ଇଲେକ୍ସନ କମିଶନ ଇମ୍ରାନ୍ଙ୍କ ବିରୋଧରେ ମାମଲା କରିଥିଲେ। ଏହି ଅବିଯୋଗରେ ତାଙ୍କୁ ଅଗଷ୍ଟ ୫ ତାରିଖରେ ଗିରଫ କରାଯାଇଥିଲା।






