ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ୍ ଦାଶଙ୍କ ନେତୃତ୍ୱକୁ ଦେଖି ଆଜି ଅନେକ ଛାତ୍ର କଂଗ୍ରେସରେ ଯୋଗଦାନ କରି ଛାତ୍ର କଂଗ୍ରେସ ସଦସ୍ୟତା ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ପ୍ରାକ୍ତନ ସଭାପତିଙ୍କୁ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲା ଛାତ୍ର କଂଗ୍ରେସର ଅନୁଷ୍ଠିତ ମିଶ୍ରଣ ପର୍ବରେ ଛାତ୍ର କଂଗ୍ରେସ ନେତା ଜ୍ୟୋତି ରଂଜନ ଦାଶ, ଅବଦୁଲ୍ ନିଜାମ ଖାଁ, ଜୀବନ କୁମାର ବିଶ୍ୱାଳ, ଦେବ ଓମ୍ପ୍ରସାଦ, ରୋଜାଲିନ୍ ପ୍ରିୟଦର୍ଶନୀ ପ୍ରମୂଖଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲା ବ୍ଲକର ବିଭିନ୍ନ ପଂଚାୟତରୁ ୨୫ ଜଣ ଛାତ୍ର ବିଧିବଦ୍ଧ ଭାବରେ ଛାତ୍ର କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତା କମଳ ଚରଣ ସାହୁ, ସୋସିଆଲ୍ ମିଡିଆ ଜିଲ୍ଲା ଆବାହକ ଅମିର ବେଗ୍ ଛାତ୍ର ନେତାମାନଙ୍କୁ ଦଳୀୟ ଉତ୍ତରିଅ ପକାଇ ପକାଇ କଂଗ୍ରେସ ଦଳରେ ସାମିଲ କରିଥିଲେ ।





