ଗଜପତି, (ବାଘୁଆବାର୍ତ୍ତା): ଡାକ୍ତରଙ୍କୁ ମାଡ ମାରି ବନ୍ଧାହେଲେ ମହିଳା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଗତ ୩୦ ତାରିଖ ଦିନ ଡାକ୍ତରଙ୍କୁ ମାଡ ମାରିଥିଲେ । ଡାକ୍ତରଙ୍କ ଅଭିଯୋଗ ପରେ ବନ୍ଧାହେଳେ ମହିଳା । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଫେବୃଆରୀ ୧୯ ତାରିଖ ଦିନ ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ତାଙ୍କ ମା’ ବିଭିନ୍ନ ସମୟରେ ଧାରଣା, ଆନ୍ଦୋଳନ କରି ଆସୁଥିଲେ । ଗତ ୩୦ତାରିଖ ଦିନ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଭୁଲ୍ ଥିବା ଅଭିଯୋଗ କରି ମୃତ ଛାତ୍ରୀଙ୍କ ମା’ ପୋଷ୍ଟମର୍ଟମ କରିଥିବା ଡାକ୍ତର କାର୍ଯ୍ୟରତ ଥିବା ସମୟରେ ତାଙ୍କ ଚାମ୍ବରରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି କରିଛନ୍ତି । ଯାହାକୁ ନେଇ ଡାକ୍ତର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ପୋଲିସକୁ ଜଣାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ ଡାକ୍ତରଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଥାନାରେ ଏକ ଏତଲା ଦିଆଯାଇଥିଲା ଯାହାକୁ ଭିତ୍ତିକରି ପାରଳାଖେମୁଣ୍ଡି ଥାନା ଅଧିକାରୀ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।





