Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିରେ ଯୋଗ ଦେଲେ ବିଜେପିର ୧୮ପରିବାର

ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି

by ସଞ୍ଜୟ ସ୍ୱାଇଁ
February 1, 2024
in Nayagarh, Politics
ବିଜେଡିରେ ଯୋଗ ଦେଲେ ବିଜେପିର ୧୮ପରିବାର
714
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସୁସ୍ଥ ନୟାଗଡ଼, ସ୍ୱଚ୍ଛ ନୟାଗଡ଼ ଉର୍ନ୍ନତି ସାଥିରେ ସମାଜ ସଂସ୍କାର ନାରା ଦେଇଆସୁଥିବା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପ୍ରତେକ୍ଷ ତତ୍ତ୍ୱବଧାନ ବୁଧବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ୧୯ବର୍ଷ ଉର୍ଦ୍ଧ ଅରୁଣଙ୍କ ହାତରେ ଥିବା ନୟାଗଡ଼ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଏହି ମିଶ୍ରଣ ପର୍ବରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଡ଼ ସାହୁଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ନାଟୁଗାଁ ପଞ୍ଚାୟତ ଅନ୍ତର୍ଗତ ଖେଡ଼ବାରଣା ଗ୍ରାମର ବିଜେପି ଦଳର ଆଗ ଧାଡ଼ିର ନେତା ଓ କର୍ମୀମାନେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଞ୍ଚି ବିଜେଡ଼ିରେ ଯୋଗ ଦେଇଛନ୍ତି l ସୁନିଲ କୁମାର ଜେନା, ସୁବ୍ରତ ପ୍ରଧାନ, ନବ କିଶୋର ନାୟକ, ଲକ୍ଷ୍ମୀଧର ରାଉତ, ଅନାଦି ଚରଣ ପ୍ରଧାନ, ବିନାୟକ ରାଉତ, ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ବୈଷ୍ଣବ ଚରଣ ଲେଙ୍କା, ନବୀନା ବିଶ୍ୱାଳ, ଗୋବର୍ଦ୍ଧନ ରାଉତ, ପ୍ରଫୁଲ୍ଲ ମାଝୀ, ରବିନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରଧାନ, ଅନିରୁଦ୍ଧ ରାଉତ, ହୃଷିକେଶ ରାଉତ, ଦାଶରଥି ରାଉତ, ଗିରିଧାରୀ ରାଉତ ଓ ଦୋଳିଆ ଜେନା ଏହିପରି ୧୮ରୁ ଉର୍ଦ୍ଧ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ନାଟୁଗାଁ ଗ୍ରାମ ପଞ୍ଚାୟତରେ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କ୍ଷୀରୋଦ କୁମାର ମହାପାତ୍ର, ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ବିଜେଡ଼ି ଜିଲ୍ଲା ଉପ ସଭାପତି ପଦ୍ମ ଚରଣ ଉଦୟଭାନୁ, ଗଗନ ବିହାରୀ ମିଶ୍ର, ସମାଜସେବୀ ଭଗବାନ ଜେନା, ଦିଲ୍ଲୀପ ନାୟକ, ବ୍ରଜବନ୍ଧୁ ବରାଡ଼, ପ୍ରଦୀପ ଜେନା, ସୁବାଷ ରାଉତ, ଯୁଗଳ ପରିଡ଼ା, ଅଶୋକ ରାଉତ, ଧୀରେନ୍ଦ୍ର ବେହେରା, ମନୋରଞ୍ଜନ ମହାପାତ୍ର, ବିଶ୍ୱନାଥ ନାୟକ ଓ ଏକାଦଶୀ ବିଶ୍ୱାଳ ପ୍ରମୁଖ ନେତା ମାନେ ଉପସ୍ଥିତ ରହିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!