Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଲରୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ!

by ସଞ୍ଜୟ ସ୍ୱାଇଁ
January 31, 2024
in Crime, State
ସ୍କୁଲରୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ!
204
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମାଆ ଆରପାରିରେ। ବାପା ଜେଲ୍‌ରେ। ତେଣୁ ଆଶ୍ରମରେ ରହି ପାଠ ପଢ଼ୁଥିଲେ ନାବାଳିକା। ସ୍କୁଲରୁ ଫେରୁଥିବା ବେଳେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏବେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛି। ଏପରି ଲଜ୍ଜ୍ୟାଜନକ ଘଟଣା କଟକ ଟାଉନ୍‌ରେ ଘଟିଛି। କଟକ ଟାଉନ୍‌ର ରେଖା(ଛଦ୍ମନାମ)। ବୟସ ୧୦ରୁ ୧୨ ବର୍ଷ ହେବ। ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ମାଆ କେବେଠାରୁ ଆରପାରିକୁ ଚାଲିଗଲେଣି। ବାପା ଜେଲ୍‌ରେ। ତେଣୁ ଆଶ୍ରମରେ ରହି ପାଠ ପଢୁଛନ୍ତି ରେଖା। ସବୁଦିନ ପରି ଗତ ୨୯ ତାରିଖରେ ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ପରେ ରହୁଥିବା ଆଶ୍ରମକୁ ଫେରୁଥିଲେ। ହେଲେ ରାସ୍ତାରେ ସେ ହାବୁଡ଼ି ଥିଲେ ମାଂସ ଲୋଭି ରାକ୍ଷାସକୁ। ସେ ତାଙ୍କୁ ଦୁଷ୍କର୍ମ କରିଥିଲା। କୌଣସି ମତେ ଦୁଷ୍କର୍ମକାରୀଠାରୁ ଜୀବନ ବଞ୍ଚାଇ ଆଶ୍ରମରେ ପହଞ୍ଚିଥିଲେ। ଆଉ ପୂରା ଘଟଣା ସମ୍ପର୍କରେ ଆଶ୍ରମ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହା ପରେ ଆଶ୍ରମ କର୍ତ୍ତୃପକ୍ଷ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଏଥିସହ ଆଶ୍ରମ କର୍ତ୍ତୃପକ୍ଷ ମଙ୍ଗଳବାର ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ ପାଇଁ ରେଳବାଇ ପୁଲିସ ଜଣେ ଡିଏସ୍‌ପି ପାହ୍ୟାର ଅଫିସରଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି। ପୀଡ଼ିତା ଆଶ୍ରମରୁ ସ୍କୁଲ୍‌କୁ ଯିବା ଆସିବା ରାସ୍ତାରେ ଲାଗିଥିବା ସିସିଟି ଟିଭିକୁ ଯାଞ୍ଚ କରାଯାଉଛି। ଏବେ ପୀଡ଼ିତା କଥା କହିବା ସ୍ଥିତିରେ ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଲେ ବୟାନ୍‌ ରେକର୍ଡ କରାଯିବ ବୋଲି କଟକ ରେଳବାଇ ଏସ୍‌ପି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!