ଭୁବନେଶ୍ଵର, (ବାଘୁଆବାର୍ତ୍ତା): କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ସିରିଜ ଲୁଟ୍ । ଭୁବନେଶ୍ବର ପାହାଳ ଥାନା ଭୀମପୁର ସ୍ଥିତ କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଘର କବାଟ ଭାଙ୍ଗି ଲୁଟ୍ କରିଛନ୍ତି ଲୁଟେରା । ଗୋଟିଏ ଫ୍ଲାଟ୍ରୁ ୬ଟି ମୁଦି, ୧୦ଟି ସୁନା ଚେନ୍, ୮ଟି ଗୋଲ୍ଡ ଲକେଟ୍, ୧୫ ହାଜର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୩ଟି ଫ୍ଲାଟ୍ରୁ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘର ମାଲିକଙ୍କୁ ପଚରା ଉଚରା କରିଛି । ଗତ ୫ ମାସ ହେବ ଆତଙ୍କରେ ସହରରେ ଥିବା ଆପାର୍ଟମେଣ୍ଟ ଏବଂ ଡୁପ୍ଲେକ୍ସ ବାସିନ୍ଦା । ଭୁବନେଶ୍ବର ପାହାଳ ଥାନା ଅନ୍ତର୍ଗତ କଲ୍ୟାଣୀ ହାଇଟ୍ସରେ ହୋଇଛି ସଶସ୍ତ୍ର ସିରିଜ୍ ଲୁଟ୍ । ୩ଟି ଫ୍ଲାଟ୍ ଖାଲିଥିବା ବେଳେ ଲୁଟେରାମାନେ ପୁଣି ଖେଳାଇଛନ୍ତି ଆତଙ୍କ । କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟର ବି-୧୦୬, ବି-୩୦୫ ଏବଂ ସି-୩୦୨ ଫ୍ଲାଟରେ ରହୁଥିବା ଲୋକଙ୍କ ଘରୁ ୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଲୁଟ୍ ହୋଇଛି । ଖବର ପାଇ ପାହାଳ ଥାନା ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହ ଚାରିଆଡ଼େ ଚଢ଼ାଉ ଜାରି ରଖିଛି । ତେବେ ପୋଲିସ ପକ୍ଷରୁ ସହରର ସବୁଆଡେ କଡାକଡି ବ୍ଲକିଂ ଚେକିଂ ସହ ନାଇଟ୍ ପାଟ୍ରୋଲିଂ ହେଉଥିଲେ ମଧ୍ୟ ଲୁଟେରାମାନେ ଖୋଲା ଚାଲେଞ୍ଜ ଦେଇ ଏପରି ଲୁଟ୍ କରୁଥିବାରୁ ଲୋକେ ଆତଙ୍କିତ ହୋଇଥିବା ବେଳେ ପୋଲିସର ମୁଣ୍ଡବିନ୍ଧା ହୋଇଛି ।





