ଲମତାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ପାଡୁଆ ପୋଲିସକୁ ବଡ ସଫଳତା l କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ପାଡୁଆ ପୋଲିସ ଦ୍ୱାରା ଡୁମୁରିଗୁଡ଼ା ନିକଟ ଜଙ୍ଗଲରୁ ୪୬୪ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ମକାପୁଟ ଗ୍ରାମ ନିକଟ ଜଙ୍ଗଲରୁ ୩୫୮ କେଜି ଗଞ୍ଜେଇ ଜବତ କରାଯାଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ କାହାର ଏବଂ କେଉଁମାନେ ସମ୍ପୃକ୍ତି ରହିଛି ପୋଲିସ ତଦନ୍ତ ଜାରି ରହିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ନିମନ୍ତେ ଡୁମୁରିଗୁଡ଼ା ନିକଟ ଜଙ୍ଗଲ ଏବଂ ମକାପୁଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିବା ସୂଚନା ପାଇଥିଲା ପୋଲିସ । ପାଡୁଆ ପୋଲିସ ସ୍ୱତନ୍ତ୍ର ଟିମ୍ ନେଇ ଜଙ୍ଗଲ ଗୁଡିକରେ ଚଢଉ କରି ଅଖାରେ ପ୍ୟାକିଂ କରାଯାଇଥିବା ଗଞ୍ଜେଇ ଜବତ କରିଥିଲେ । କିନ୍ତୁ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ମାଫିଆ ଜଙ୍ଗଲ ଭିତରକୁ ଖସି ଫେରାର ହୋଇଯିବାରେ ସଫଳ ହୋଇଥିଲେ । ପାଡୁଆ ପୋଲିସ ଦୁଇଟି NDPS ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।





