Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍ମି ଅଫିସର କହି ଖାଲି କରିଦେଲା ଆକାଉଣ୍ଟ

by ସଞ୍ଜୟ ସ୍ୱାଇଁ
January 31, 2024
in Crime, State
ଆର୍ମି ଅଫିସର କହି ଖାଲି କରିଦେଲା ଆକାଉଣ୍ଟ
84
VIEWS
Share on FacebookShare on Twitter

ପାରାଦୀପ, (ବାଘୁଆବାର୍ତ୍ତା): ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଫୋନ୍ କରି ୧୫ କେଜି ଚିକେନ୍ ଅର୍ଡର କଲା ସାଇବର ଲୁଟେରା। ପରେ ଟଙ୍କା ପଠାଇବ କହି ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ନେଇ ଚିକେନ୍ ଦୋକାନୀଙ୍କ ଆକାଉଣ୍ଟରୁ ଖାଲି କରିଦେଲା ଟଙ୍କା। ଏପରି ଘଟଣା ଘଟିଛି ପାରାଦୀପରେ। ଏନେଇ ଚିକେନ୍ ଦୋକାନୀ ପ୍ରଶାନ୍ତ ବାଡୋଇ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତଙ୍କର ନେହରୁବଙ୍ଗଳା ମାର୍କେଟ କଂପ୍ଲେକ୍ସରେ ଚିକେନ କାଉଣ୍ଟର ରହିଛି। ଗତକାଲି ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ପରିଚୟ ଦେଇ ପ୍ରଶାନ୍ତଙ୍କୁ ଫୋନ କରିଥିଲେ। ଆଉ କହିଥିଲେ, ଆର୍ମିର ଏକ ଟିମ୍ ୧୫ ଦିନ ପାରାଦୀପରେ ରହିବେ, ପ୍ରତିଦିନ ୧୫ କେଜି ଲେଖାଁଏ ଚିକେନ୍ ଦରକାର। ଆଉ ୧୫ କେଜି ଚିକେନ୍ ଅର୍ଡର ଦେବା ସହ ଆର୍ମୀ ଗାଡି ପହଞ୍ଚି ଚିକେନ ଆଣିବ ବୋଲି କହିଥିଲା ଲୁଟେରା। ଚିକେନ୍ କାଟିବା ପରେ କେହି ଆସିନଥିଲେ। ବରଂ ସାଇବର ଲୁଟେରା ଜଣକ ପ୍ରଶାନ୍ତଙ୍କୁ ପଇସା ପଠାଇବାକୁ ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ମାଗିଥିଲା। ପ୍ରଶାନ୍ତ ମଧ୍ୟ ଲୁଟେରାକୁ ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ଦେଇଥିଲେ। ପରେ ଲୁଟେରା ଜଣଙ୍କ ପ୍ରଶାନ୍ତଙ୍କୁ ପ୍ରଥମେ ୧ ଟଙ୍କା ଏବଂ ପରେ ୫ଟଙ୍କା ଦୋକାନୀଙ୍କୁ ପଠାଇବାକୁ କହିଥିଲା। ପ୍ରଶାନ୍ତ ପ୍ରଥମେ ରାଜି ହୋଇନଥିଲେ। ପରେ ଦୋକାନୀଙ୍କୁ କଥାରେ ମନାଇଦେଇଥିଲେ ସାଇବର ଲୁଟେରା। ପ୍ରଶାନ୍ତ ଲୁଟେରାକୁ ପ୍ରଥମେ ୧ ଟଙ୍କା ପରେ ୫ ଟଙ୍କା ପଠାଇଥିଲେ। ତା’ପରେ କିଛି ସମୟ ପରେ ତାଙ୍କୁ ଆକାଉଣ୍ଟରରେ ଥିବା ୨୦ ହଜାର ୨୦୦ ଟଙ୍କା କଟିଯାଇଥିଲା। ଟଙ୍କା କଟିବା ପରେ ପ୍ରଶାନ୍ତଙ୍କ ମୋବାଇଲକୁ ମେସେଜ ଆସିଥିଲା। ପ୍ରଶାନ୍ତ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବ୍ୟାଙ୍କରେ ବୁଝାବୁଝି କରିଥିଲେ। ତାଙ୍କ ଆକାଉଣ୍ଟରୁ ସାଇବର ଲୁଟେରା କଳାକନା ବୁଲାଇଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପ୍ରଶାନ୍ତ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କରଛନ୍ତି। ସାଇବର ଲୁଟେରା କଥାରରେ ପଡ଼ି ଚିକେନ ୧୫ କେଜି ନଷ୍ଟ ହେବା ସହ ୨୦ ହଜାର ଟଙ୍କା ଚାଲିଯିବା ପରେ ଚିନ୍ତାରେ ଅଛନ୍ତି ପ୍ରଶାନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!