ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ପଲସର ଲୁଟେରାଙ୍କ ଆତଙ୍କ । ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା । ଲୁଟେରାଙ୍କ ଆକ୍ରମଣରେ ଏସ କ୍ରିଷ୍ଣା ରାଓ ନମକ ଜଣେ ଆହତ ହୋଇଛନ୍ତି । କ୍ରିଷ୍ଣାଙ୍କ ହାତରେ ଲାଗିଛି ଭୁଜାଲି ଚୋଟ । ଆହତ କ୍ରିଷ୍ଣାଙ୍କୁ ଉଦ୍ଧାର କଲା ୧୧ ନମ୍ଵର୍ ପିସିଆର । ସୂଚନା ଥାଉକି, ମଙ୍ଗଳବାର ରାତିରେ vss ନଗର ଘରକୁ ଫେରୁଥିଲେ କ୍ରିଷ୍ଣା । ଏହି ସମୟରେ କିଛି ଦୁର୍ବୃତ୍ତ କଳା ପଲସର ଧରି ଆସିଥିଲେ । ହାତରେ ମାରଣାସ୍ତର ଧରି ବାରମ୍ୱାର କ୍ରିଷ୍ଣାକୁ ଆକ୍ରମଣ କରିଥିଲେ । କ୍ରିଷ୍ଣା ଏହାକୁ ବିରୋଧ କରିବାରୁ ତାଙ୍କ ହାତରେ ଲାଗିଥିଲା ଭୁଜାଲି ଚୋଟ । ସେ ତଳି ପଡିଯିବାରୁ ଦୁର୍ବୃତ୍ତମାନେ କ୍ରିଷ୍ଣାଙ୍କ ଠାରୁ ଟଙ୍କା ଛଡାଇ ଫେରାର୍ ହୋଇଯାଇଥିଲେ । ସେପଟେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।





