କରଞ୍ଜିଆ, (ବାଘୁଆବାର୍ତ୍ତା): ଖୁଲମଖୁଲା ଚାଲିଥିଲା ଜୁଆ ଖେଳ । ଅତର୍କିତ ଭାବେ ଚଢାଉ କଲା ପୋଲିସ । ଏହି ଚଢାଉରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ସାମଗ୍ରୀ ଜବତ କରିଛି । ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କାଡଦିହା ଖେଳପଡିଆରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିଲା । ଏଥିରେ ରାତି ସମୟରେ ଖୁଲମଖୁଲା ଜୁଆ ଖେଳ ଚାଲିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ ସେମାନଙ୍କ ନିକଟରୁ ୧୬ ହଜାର ୩୫୭ ଟଙ୍କା ସହ ଜୁଆ ଡାଇସ୍ ଜବତ କରିଛି । ଏହାସହ ୪ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେପଟେ ସ୍ଥାନୀୟ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।





