ଭୁବନେଶ୍ଵର, (ବାଘୁଆବାର୍ତ୍ତା): ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠିଛି। ଦଳ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ଏହି କ୍ରମରେ ନିକଟରେ ନିଲମ୍ବିତ ନେତାଙ୍କୁ ଘରକୁ ଫେରାଇ ଆଣିଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିଛି। ମିନାକ୍ଷୀ ବାହିନୀପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ପଦରେ ନିଯୁକ୍ତ କରାଯାଇଛି। ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନିକଟରେ ରାଜ୍ୟ କଂଗ୍ରେସ ସାଂଗଠନିକ ପଦରେ ବ୍ୟାପକ ପରିବର୍ତ୍ତନ କରିଥିଲା।






