ବଲାଙ୍ଗୀର, (ବାଘୁଆବାର୍ତ୍ତା): ବେଙ୍ଗାଲୁରୁରୁ ଆସିଥିଲେ ବଲାଙ୍ଗୀରକୁ ଗଞ୍ଜେଇ ନେବା ପାଇଁ । ହେଲେ ଧରିପକାଇଲା ପୋଲିସ । ତାହା ପୁଣି ଗଞ୍ଜେଇ କାରବାର କରୁଥିବା ବ୍ୟକ୍ତି ନୁହେଁ ବରଂ କଲେଜ ଛାତ୍ର କରୁଥିଲେ ଗଞ୍ଜେଇ ଚାଲାଣ । ବଲାଙ୍ଗୀର ରେଳ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସୋମବାର ଭୋରରୁ ଆରପିଏଫ ପୋଲିସ ଷ୍ଟେସନରେ ପାଟ୍ରୋଲିଂ କରୁଥିବା ବେଳେ ଷ୍ଟେସନ ସମ୍ମୁଖରେ ୩ ଜଣ ଯୁବକଙ୍କୁ ହାତରେ ବ୍ୟାଗ୍ ଧରି ବୁଲୁଥିବା ଦେଖିଥିଲେ । ସନ୍ଦେହରେ ନେଇ ପଚରାଉଚରା କରିବା ବେଳେ ତାଙ୍କ ଠାରୁ ଗଞ୍ଜେଇ ମିଳିଥିଲା । ଏନେଇ ଆରପିଏଫ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତେବେ ସେମାନେ ବେଙ୍ଗାଲୁରୁର କଲେଜ ଛାତ୍ର ବୋଲି ଜଣାପଡିଛି । ଜଣେ ବିଏ ଅନ୍ୟ ଜଣେ ବିକମ୍ ପାଠ ପଢୁଥିବା ବେଳେ ଅନ୍ୟ ଜଣେ କଲେଜ ଛାଡି ଗ୍ୟାରେଜରେ କାମ କରୁଥିବା ଜଣାପଡିଛି । ସେପଟେ ବଲାଙ୍ଗୀରର ଅନ୍ୟ ଜଣେ ସମ୍ପୃକ୍ତି ଥିବାବେଳେ ଖୋଜୁଛି ଆରପିଏଫ ପୋଲିସ ।





