ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ ଆଜି ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ଜଣେ ସଂଗରୋଧରୁ ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକରୁ କରୋନା ଯୋଦ୍ଧାଙ୍କୁ ମିଶାଇ ମୋଟ ୨୪ ଜଣ ଆକ୍ରାନ୍ତ ରହିଥିବା ବେଳେ ଜଣେ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ଗାଁ ବ୍ଲକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡପଡ଼ା ବ୍ଲକରୁ ୩ ଜଣ, ନୟାଗଡ଼ ପୈାରାଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।






