ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିନିମନ୍ତେ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ। ଏହି ୩ ସାଂସଦ ହେଲେ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ। ଏହି ନିର୍ବାଚନ ପାଇଁ ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୋଲି କୁହାଯାଇଛି। ଫେବ୍ରୁଆରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ। ଏହାପରେ ୨୭ ତାରିଖରେ ହେବ ଭୋଟ ଗ୍ରହଣ। ସୂଚନାଯୋଗ୍ୟ, ଅମର ପଟ୍ଟନାୟକ ବିଜେଡି ତରଫରୁ ରାଜ୍ୟସଭାକୁ ୨୦୧୯ ଜୁନ ୨୯ ତାରିଖରେ ଯାଇଥିଲେ। ସେହିପରି ପ୍ରଶାନ୍ତ ନନ୍ଦ ୨୦୧୬ ଏପ୍ରିଲ ୪ ତାରିଖରୁ ରାଜସଭାକୁ ନିର୍ବାଚିତ ହୋଇଥିଲେ। ସେମାନଙ୍କ ବ୍ୟତୀତ ବିଜେପିର ଅଶ୍ୱିନୀ ବୈଷ୍ଣବ ୨୦୧୯ ଜୁନ୍ ୨୯ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ୩ ନେତାଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଶେଷ ହେଉଛି।






