ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପଂହଚିଛି । ସେଥିମଧ୍ୟରେ ୯୧୭ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୫୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୫, ବାଲେଶ୍ୱର ୨୯, ବରଗଡ଼ ୭, ଭଦ୍ରକ ୧୦, ବଲାଙ୍ଗିର ୧୯, ବୈାଦ ୮, କଟକ ୭୫, ଦେଓଗଡ଼ ୧୧, ଢେଙ୍କାନାଳ ୧୫, ଗଜପତି ୭୪, ଗଂଜାମ ୪୮୪, ଜଗତସିଂହପୁର ୧୧, ଯାଜପୁର ୮, ଝାରସୁଗୁୃଡ଼ା ୬, କଳାହାଣ୍ଡି ୧୧, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୧୦୩, ଖୋର୍ଦ୍ଧା ୧୮୭, କୋରାପୁଟ ୭, ମାଲକାନଗିରି ୧୫, ମୟୁରଭଂଜ ୨୨, ନବରଙ୍ଗପୁର ୨୧, ନୟାଗଡ଼ ୩୦, ନୂଆପଡ଼ା ୪, ପୁରୀ ୯୧, ରାୟଗଡ଼ା ୪୫, ସମ୍ବଲପୁର ୧୭, ସୋନପୁର ୫, ସୁନ୍ଦରଗଡ଼ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୨୮୭ଟି ମାମଲା ସକ୍ରିୟ ରହିଥିବା ୧୫ ହଜାର ୯୨୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





