Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧାହେଲେ ୬ ଆନ୍ତର୍ଜାତିକ ସାଇବର ଠକ

by ସଞ୍ଜୟ ସ୍ୱାଇଁ
January 27, 2024
in Crime, State
ବନ୍ଧାହେଲେ ୬ ଆନ୍ତର୍ଜାତିକ ସାଇବର ଠକ
52
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ପୋଲିସ ପାଇଁ ବଡ଼ ସଫଳତା । ୬ ଆନ୍ତର୍ଜାତିକ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଗିରଫ ୬ ସାଇବର ଠକଙ୍କ ଘର ଛତିଶଗଡ଼ରେ । ଇନ୍ଦିରା ଇନଭେଷ୍ଟମେଣ୍ଟ ନାଁରେ ବେଆଇନ ଆପ୍ ଖୋଲି ଅଧିକ ଅର୍ଥ ମିଳିବା ଲୋଭ ଦେଖାଇ ଲୋକମାନଙ୍କୁ ବିନିଯୋଗ କରିବାକୁ କହୁଥିଲେ । ଆଉ ଲୋକେ ଲୋଭର ବଶବର୍ତ୍ତୀ ହୋଇ ବିନିଯୋଗ କରୁଥିଲେ । ରାଉରକେଲାର ଜଣେ ବ୍ୟକ୍ତି ୬୪ ଲକ୍ଷ ୭୦ହଜାର ବିନିଯୋଗ କରି ଅର୍ଥ ଫେରିନପାଇବାରୁ ଗତ ଡ଼ିସେମ୍ବର ମାସରେ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ୬ ସାଇବର ଠକଙ୍କୁ ବାନ୍ଧିଛି । ଭାରତରୁ ବିଭିନ୍ନ ବ୍ୟକ୍ତିଙ୍କ ନାଁରେ ୨୦୦ ସିମ୍ ନେଇ ବିଦେଶରୁ ଅପରେଟ୍ ହେଉଥିଲା । ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କେରଳ, ଛତିଶଗଡ଼ ସହ ଝାଡ଼ଖଣ୍ଡରେ ଏହି ଠକ ଆକ୍ଟିଭ ଥିଲେ । ଗୋଟିଏ ବର୍ଷ ମଧ୍ୟରେ ଲୋକଙ୍କ ଠାରୁ ପ୍ରାୟ ୧୫ କୋଟି ଠକିଥିଲେ । ବିଭିନ୍ନ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ଯେଉଁଥିରେ ପାଖାପାଖି ୧୫କୋଟି ଟଙ୍କା ସହ ୩୦ହଜାର କ୍ରୀଷ୍ଟ କରେନ୍ସି ଅଛି । ରାଉରକେଲା ପୋଲିସ ସହ ରାଜ୍ୟ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ବଡ଼ ସଫଳତା ମିଳିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ବିଦେଶରେ ବସି ଅପରେଟ୍ କରୁଥିବା ମାଷ୍ଟରମାଇଣ୍ଡକୁ ଗିରଫ କରିବା ପାଇଁ ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!