ନୟାଗଡ଼, (ବାଘୁଆବାର୍ତ୍ତା) : ଗଣିଆ ବ୍ଲକରୁ ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଗଣିଆ ପଂଚାୟତରୁ ଏବଂ ଜଣେ କିଶୋପ୍ରସାଦ ପଂଚାୟତ ପାଣ୍ଡେରାସିଙ୍ଗା ଗ୍ରାମରୁ ଚିହ୍ନଟ ହୋଇଛନ୍ତି । ଗଣିଆ ପଂଚାୟତରୁ ଗତକାଲି ୩ ଜଣ ସାଧାରଣ ଜନତା, କିଶୋର ଚନ୍ଦ୍ର ବିଦ୍ୟାପୀଠ ସଂଗରୋଧ କେନ୍ଦ୍ରରୁ ଜଣେ ବ୍ୟକ୍ତି ଏବଂ ଗଣିଆ ଥାନା ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଗଣିଆ ସରପଂଚ ସସ୍ମିତା ଲେଙ୍କା ଗଣିଆ ପଂଚାୟତକୁ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଥିବା ବେଳେ ଆଜି ଜିଲ୍ଲାପାଳ ଗଣିଆ ଗ୍ରାମର ଦୁଇ ସାହି ଓ କିଶୋରପ୍ରସାଦ ପଂଚାୟତର ପାଣ୍ଡେରାସିଙ୍ଗା ଗ୍ରାମକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ସେହିଭଳି ରଣପୁର ବ୍ଲକ ରଙ୍କଦେଉଳି ଗ୍ରାମପଂଚାୟତ ଏବଂ ଡମସାହି ଗ୍ରାମକୁ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ସ୍ଥାନୀୟ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କଣ୍ଟେନ୍ମେଣ୍ଟ ଅଂଚଳ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।






