ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଛି । ଆଜି ଦଶପଲ୍ଲା ଥାନା ଅଧିକାରୀଙ୍କ ସମେତ ମୋଟ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି । ଗତକାଲି ଥାନାରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କୁ ମିଶାଇ ଏହି ସଂଖ୍ୟା ୧୧ ବୋଲି ଜଣାଯାଇଛି । ଫଳରେ ଦଶପଲ୍ଲା ଥାନାର ଜଣେ ଏସ୍ଆଇ ଏବଂ ମଧ୍ୟଖଣ୍ଡ ଏଏସ୍ଆଇଙ୍କୁ ଛାଡ଼ି ସମସ୍ତେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ପରିସ୍ଥିରି ଜଟିଳ ଆଡ଼କୁ ଗତି କରୁଛି ।






