ଆଠଗଡ, (ବାଘୁଆବାର୍ତ୍ତା): ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ଡମପଡା ଜଗନ୍ନାଥ ମନ୍ଦିର ନିକଟରେ ଚଢାଉ କରାଯାଇଛି । ଚଢାଉ ବେଳେ ୪୬ ଗ୍ରାମ ବ୍ରାଉନସୁଗାର ସହିତ ଜଣଙ୍କୁ ଗିରଫ କଲା ଆଠଗଡ଼ ଅବକାରୀ ବିଭାଗ । ଗିରଫ ଯୁବକ ଜଣଙ୍କ ହେଲେ ଡମପଡା ଅଞ୍ଚଳର ୨୮ ବର୍ଷୀୟ ସୁଧୀର ରଞ୍ଜନ ମହାନ୍ତି । ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣ କର୍ମଚାରୀ ନାଟକୀୟ ଢ଼ଙ୍ଗରେ ଗ୍ରାହକ ସାଜି ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବ୍ରାଉନସୁଗାର କିଣିବା ପାଇଁ ମୂଲଚାଲ କରିଥିଲେ । ପରେ ପରେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା ନେତୃତ୍ୱରେ ସମସ୍ତ ଅବକାରୀ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।





