ରାଉରକେଲା, (ବାଘୁଆବାର୍ତ୍ତା): ସିବିଆଇ ଜାଲରେ ପଡିଲେ ଜିଏସଟି ଅଧିକାରୀ । ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରୀୟ ଜିଏସ୍ଟିର ଜଣେ ଅଧିକାରୀ । ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ସିବିଆଇ । ସୂଚନାଯୋଗ୍ୟ ଯେ, ରାଉରକେଲା ସିଭିଲଟାଉନ ସ୍ଥିତ ସେଣ୍ଟ୍ରାଲ GST ସୁପରିଟେଣ୍ଡେଣ୍ଟ ଅମରକାନ୍ତ କୁମାର ହିମାଂଶୁଙ୍କୁ ଗିରଫ କରିଛି ସିବିଆଇ । ଅମରକାନ୍ତ ଜଣେ ଠିକାଦାରଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ CBI ଅଫିସର ମାଡି ବସିଛନ୍ତି । ରାଉରକେଲା ୬ କଲୁଙ୍ଗା ରେଞ୍ଜ ସୁପରଟେଣ୍ଡେଣ୍ଟ ହେଉଛନ୍ତି ଅମରକାନ୍ତ ।





