ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ପଂଚାୟତରୁ ଗତକାଲି ୩ ଜଣ ସାଧାରଣ ଜନତା, କିଶୋର ଚନ୍ଦ୍ର ବିଦ୍ୟାପୀଠ ସଂଗରୋଧ କେନ୍ଦ୍ରରୁ ଜଣେ ବ୍ୟକ୍ତି ଏବଂ ଗଣିଆ ଥାନା ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଗଣିଆ ସରପଂଚ ସସ୍ମିତା ଲେଙ୍କା ଗଣିଆ ପଂଚାୟତକୁ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ୨୭ ତାରିଖ ସକାଳ ୬ ଘଟିକାଠାରୁ ୨୯ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ଗଣିଆ ପଂଚାୟତକୁ ସରପଂଚ ସଟ୍ଡାଉନ୍ ଘୋଷଣା କରିଥିବା ବେଳେ ୩୦ ତାରିଖ ସାପ୍ତାହିକ ହାଟକୁ ଗୋଷ୍ଠୀ ସଂକ୍ରମଣ ଏବଂ ସାମାଜିକ ଦୂରତା କାରଣ ପାଇଁ ବନ୍ଦ କରାଯାଇଥିବା ଜଣାଯାଇଛି ।






