ବାରଙ୍ଗ, (ବାଘୁଆବାର୍ତ୍ତା): ରାଜଧାନୀରେ ସକ୍ରିୟ ହେଲେ ପେଟ୍ରୋଲ ଚୋର ଗ୍ୟାଙ୍ଗ। ଗ୍ରିଲ୍ ଭାଙ୍ଗି ବାଇକ୍ ଟାଙ୍କିରୁ ତେଲ ଚୋରି।ଏକାଧିକ ବ୍ଲକ୍ ତଳୁ ହୋଇଛି ପେଟ୍ରୋଲ ଚୋରି ଅଭିଯୋଗ। ଟଙ୍କା, ସୁନା ନୁହେଁ ଏବେ ହେଉଛି ପେଟ୍ରୋଲ ଚୋରି। ରାଜଧାନୀରେ ଅଭିନବ ଉପାୟରେ ହେଉଛି ପେଟ୍ରୋଲ ଚୋରି। ସୂଚନା ଅନୁଯାୟୀ, ମୈତ୍ରୀ ବିହାର ଥାନା ଅନ୍ତର୍ଗତ ବିଡ଼ିଏ କଲୋନୀରେ ଥିବା ଏକାଧିକ ବିଲ୍ଡିଂ ତଳ ଗ୍ୟାରେଜରୁ ହୋଇଛି ପେଟ୍ରୋଲ ଚୋରି। ବିଗତ କିଛି ମାସ ହେବ ତେଲ ଏବଂ ବାଇକ୍ ଚୋରି ହେଉଥିବା ବେଳେ ଆଜି ଭୋର୍ ସମୟରେ ଏକାଧିକ ବାଇକ୍ ର ତେଲ ପାଇପ୍ କାଟିବା ସହ ଚାବି ଭାଙ୍ଗି ପେଟ୍ରୋଲ ଚୋରେଇଛନ୍ତି ଚୋର ମାନେ। ସ୍ଥାନୀୟ ଅଞ୍ଚଳରେ କିଛିଦିନ ହେବ କ୍ରମାଗତ ଭାବେ ଶହଶହ ଲିଟର ପେଟ୍ରୋଲ ହେଉଛି ଚୋରି ଯାହାକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମହିଳା ମାନେ। ସେପଟେ କମିଶନରେଟ୍ ପୁଲିସ୍ ବଡ଼ ଚୋରଙ୍କୁ ଧରିବାରେ ବ୍ୟସ୍ତ ଥିବା ବେଳେ ଏବେ ପେଟ୍ରୋଲ ଚୋର ଗ୍ୟାଙ୍ଗ ଲୋକଙ୍କ ନିଦ ହଜାଇଲେଣି।





