କରଞ୍ଜି. (ବାଘୁଆବାର୍ତ୍ତା): ଜଙ୍ଗଲରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି । ପୋଲିସ୍ର ଅତର୍କିତ ଚଢ଼ାଉ, ୩୦୦୦ କେ.ଜି. ଦେଶୀ ମହୁଲ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ଉପକରଣକୁ ଜବତ୍ କଲା ପୋଲିସ୍ । ଯଶୀପୁର ଥାନା ମାଛକାନ୍ଦଣା ଗାଆଁ ନିକଟ ଜଙ୍ଗଲରେ ମଦ ପ୍ରସ୍ତୁତି ହେଉଥିବା ଖବର ପାଇ ଆଜି ସକାଳୁ ସକାଳୁ ଅତର୍କିତ ଭାବେ ଚଢାଉ କରିଥିଲା ଯଶୀପୁର ଥାନା ପୋଲିସ୍ । ମଦ ପ୍ରସ୍ତୁତ କାରୀ ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ୩୦୦୦ କେ.ଜି. ଦେଶୀ ମହୁଲ ପୋଚ଼ ନଷ୍ଟ କରିବା ସହ ମଦ ରନ୍ଧା ଉପକରଣ ଗୁଡିକୁ ଜବତ କରିଛି ।





