ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଛି । ଆଜି କେବଳ ଓଡ଼ଗାଁ ବ୍ଲକରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ୨୫ ଜଣଙ୍କ ମଧ୍ୟରେ ଓଡ଼ଗାଁ ଥାନାରୁ ୨ ଜଣ, ଲଣ୍ଡାବାଦୁ ୩, ସୁନାମୁହିଁ ୨, ଭଗବତୀପ୍ରସାଦ ୨, ଗିରିଡ଼ିପଲ୍ଲୀ ୩, କୁରାଳ ତୋଟାସାହି ୯, ଓଡ଼ଗାଁ ବଜାର ସାହି ୧, ଖଡ଼ିତେଲୀ ସାହି ୨, ଅନ୍ୟାନ ୧ ଆକ୍ରାନ୍ତ ଥିବା ଜଣାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସ୍ଥାନୀୟ ବୋଲି ପ୍ରାଥମିକ ଭାବେ ଜଣାଯାଇଛି ।






