ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୂଳଠାରେ ଆଶ୍ରୟ ପକ୍ଷରୁ କବି ଗୈାରାଙ୍ଗ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ କରୋନା ସଚେତନତା କରାଯିବା ସହ ଦିବ୍ୟଗଂତ ବ୍ୟକ୍ତି ବିଶେଷଙ୍କ ପରଲୋକରେ ଶୋକ ପ୍ରକାଶ କରାଯାଇଛି । ଓଡ଼ଗାଁ ବ୍ଲକ ସାମ୍ବାଦିକ ହୃଦୟ ରଂଜନ ମହାରଣା, ଅଭିନେତା ବିଜୟ ମହାନ୍ତି ଏବଂ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କବି ଓ ସାହିତ୍ୟିକ ଲୋକନାଥ ଦାଶ, ସାମ୍ବାଦିକ ରାମକୃଷ୍ଣ ରଥ, ଗବେଷକ ବ୍ରଜକିଶୋର ମହାପାତ୍ର, ସମାଜସେବୀ ଦାମୋଦର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଆଶ୍ରୟର ନିର୍ଦ୍ଦେଶକ ଲୋକନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।






