Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରାଦ୍ୱୀପରେ ଶକ୍ତି ପ୍ରଦର୍ଶନ କଲେ ଶ୍ରମିକ ନେତା ବାପି ସର୍ଖେଲ

by ସଞ୍ଜୟ ସ୍ୱାଇଁ
January 22, 2024
in Politics, State
ପାରାଦ୍ୱୀପରେ ଶକ୍ତି ପ୍ରଦର୍ଶନ କଲେ ଶ୍ରମିକ ନେତା ବାପି ସର୍ଖେଲ
73
VIEWS
Share on FacebookShare on Twitter

ପାରାଦୀପ, (ବାଘୁଆବାର୍ତ୍ତା): ପ୍ରଗତି ଓ ପରିବର୍ତ୍ତନ ସମାବେଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାରାଦୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲ l ଦୋଛକି ଠାରୁ ବିଶାଳ ବାଇକ୍ ରାଲିରେ ଆସି ଜୟଦେବ ସଦନ ସମ୍ମୁଖ ପଡିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଶ୍ରମିକ ନେତା ବାପି ସର୍ଖେଲ l ପୂର୍ବରୁ କଂଗ୍ରେସ ବ୍ୟାନରରେ ନିର୍ବାଚନ ଲଢ଼ିଥିବା ବାପି ଗତ ପୌର ନିର୍ବାଚନରେ ‘ଆମ ପାରାଦୀପ ଆମ ପ୍ରଗତି’ ଗଠନ କରିବା ସହିତ ୯ ଗୋଟି ୱାର୍ଡ ଦଖଲ କରି ପାରାଦୀପ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ୨୦୨୪ ନିର୍ବାଚନକୁ ନେଇ ବାପି ସର୍ଖେଲ କେଉଁ ଦଳକୁ ଯିବେ, କେଉଁ ଦଳର ବ୍ୟାନରରେ ଆଗାମୀ ନିର୍ବାଚନ ଲଢ଼ିବେ ତାକୁ ନେଇ ବାପିଙ୍କ ସମର୍ଥକମାନେ ସନ୍ଦେହରେ ରହିଥିଲେ । ପ୍ରଗତି ଓ ପରିବର୍ତ୍ତନ ସମାବେଶରେ ପାରାଦୀପ ନିର୍ବାଚନ ମଣ୍ଡଳୀର ପ୍ରଗତି ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଏବଂ ପାରାଦୀପ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସର୍ବଦା ଚେଷ୍ଟା କରିଥିବା ନେଇ କହିଛନ୍ତି ବାପି ସର୍ଖେଲ ଆଗାମୀ ଦିନରେ ପାରାଦୀପ ଅଞ୍ଚଳରେ ହେଉଥିବା ଶ୍ରମିକ ଶୋଷଣକୁ ବନ୍ଦ କରିବା ଏବଂ ଶ୍ରମିକମାନେ କିଭଳି ନିଜର ପାରିଶ୍ରମିକ ଭିତ୍ତିରେ ଦରମା ପାଇବେ ଏ ନେଇ ପ୍ରଚେଷ୍ଟା ଜାରି ରଖିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ପାରାଦୀପବାସୀଙ୍କ ଭଲପାଇବା ବଞ୍ଚିଥିବା ପର୍ଯ୍ୟନ୍ତ ଭୁଲିପାରିବେ ନାହିଁ ବୋଲି ବାପି ସର୍ଖେଲ କହିଥିଲେ । ତେବେ ବାପି କହିଥିଲେଙ୍କ ପ୍ରଗତି ଓ ପରିବର୍ତ୍ତନ ସମାବେଶକୁ ନେଇ ସମଗ୍ର ପାରାଦୀପ ଅଞ୍ଚଳ ସବୁଜ ବ୍ୟାନରରେ ଛାଇ ହୋଇପଡ଼ିଥିଲା l ଯାହାକୁ ନେଇ ବାପି ଆଗାମୀ ନିର୍ବାଚନରେ ବିଜେଡିରେ ସାମିଲ ହୋଇ ନିର୍ବାଚନ ଲଢ଼ିବେ ବୋଲି ହେଉଥିବା ଆଲୋଚନାକୁ ଏଡାଇ ଦେଇ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ଓ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ କରିବେ ବୋଲି ଗଣମାଧ୍ୟମକୁ ବାପି ସର୍ଖେଲ କହିଛନ୍ତି l

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!