Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଇଲା ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌, କେଜିଏ ସୁନା ଓ ୩ କୋଟି ଜବତ

by ସଞ୍ଜୟ ସ୍ୱାଇଁ
January 20, 2024
in Crime, State
କୋଇଲା ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌, କେଜିଏ ସୁନା ଓ ୩ କୋଟି ଜବତ
75
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୁବେର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ଜାରି ରହିଛି । ତିନି ଦିନ ଧରି ଚଢାଉ ଚାଲିଥିବା ବେଳେ ନଗଦ ୩ କୋଟି ଟଙ୍କା ଓ ପୁଳା ପୁଳା ସୁନା ଜବତ ହୋଇଛି । ଚଢାଉ ଜାରି ରହିଥିବା ବେଳେ ଆଗକୁ ସଂପତିର ପରିମାଣ ବଢିବା ସମ୍ଭାବନା ରହିଛି । ଆୟକର ବିଭାଗର ରାଡାରରେ ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ । ଛତିଶଗଡ ଓ ଓଡିଶା ସୁନ୍ଦରଗଡ, ରାଜଗାଙ୍ଗପୁର ଓ ରାଉରକେଲା ସମେତ ବିଭିନ୍ନ ଠିକଣାରେ ତୃତୀୟ ଦିନ ପାଇଁ ରେଡ ଚାଲିଛି । ଆୟକର ବିଭାଗର ଶହ ଶହ ଅଧିକାରୀ ଓ ସିଆରପିଏଫ ଏହି ରେଡରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ ଓ ଛତିଶଗଡର ବିଶିଷ୍ଟ କୋଇଲା ବ୍ୟବସାୟୀ ହେଉଛନ୍ତି ଘନଶ୍ୟାମ ଡାଲମିଆ । ରେଡ୍ ଚାଲିଛି – ସୁନ୍ଦରଗଡ, ଗୋପାଳପୁରରେ ଥିବା କୋଠା ଓ ଅଫିସ । ବିଲେଇମୁଣ୍ଡାର ଅଫିସ, ଘର, ଶୋ ରୁମ ଓ ସ୍ପଞ୍ଜ ଆଇରନ କାରଖାନା । ଏମସିଏଲ କୋଇଲା ପରିବହନ ସାଇଟ । ଛତିଶଗଡ ରାୟଗଡର ଷ୍ଟିଲ, ଆଇରନ, ପାୱାର ପ୍ଲାଂଟ କାରଖାନା ଓ ବାସଭବନ । ରାୟପୁର ଘର ଓ ଅଫିସ । ବିଳାସପୁର ହୋଟେଲ । ଏହାଛଡା ଘନଶ୍ୟାମ ଡାଲମିଆଙ୍କ ବଡଭାଇ ବବୁଲ ଡାଲମିଆଙ୍କ ରାଉରକେଲା ଧର ଓ ବରପାଲିସ୍ଥିତ ଫ୍ୟାକ୍ଟ୍ରିରେ ବି ରେଡ୍ ହୋଇଛି । ଘନଶ୍ୟାମ ଡାଲମିଆଁଙ୍କ ଛତିଶଗଡ, ଓଡିଶା, କୋଲକାତା ମୁମ୍ବାଇ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ରହିଛି । ରେଡ ସମୟରେ ୩ କୋଟି ଓ କେଜିଏ ସୁନା ଜବତ ହୋଇଥିବା କୁହାଯାଉଛି । ଚଢାଉ ସ୍ଥାନକୁ ସିଲ କରାଯାଇଛି । ମୋବାଇଲକୁ ବି ସିଜ କରାଯାଇଛି । ରାଜ୍ୟର ୧୦ଟି ସ୍ଥାନରେ ଏହି ରେଡ ଚାଲିଛି । ଏହାଛଡା ମୁମ୍ବାଇ, କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡରେ ବି ରେଡ୍ ଚାଲିଛି । କୋଇଲା ପରିବହନରେ କିଭଳି ଶହ ଶହ କୋଟିର ଟିକସ ଠକେଇ କରାଯାଏ ତାହା ଏହି ରେଡରୁ ପଦାକୁ ଆସିବ ବୋଲି କୁହାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!