ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ କଳା ପଲସରର ଆତଙ୍କ । ସୁନା ଗହଣା କିଣି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଚଳନ୍ତା ବାଇକରୁ ସୁନା ବ୍ୟାଗକୁ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ । ତେବେ ଧନାବେଣୀ ଶନିବାର ଅପରାହ୍ନରେ ପତ୍ନୀ ତାରେସ୍ ପ୍ରଭା, ଖୁଡି ଛାୟାରାଣୀଙ୍କ ସହ ପାଟଣା ବ୍ଲକ ଛକରେ ଥିବା ଜୟଗୁରୁ ଜ୍ୱେଲେରୀରୁ ସୁନା ଗହଣା କିଣି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ କଲା ପଲସରରେ ଆସି ବାଇପାସ ରାସ୍ତାର ପୁରୁଣା ଶିବ ମନ୍ଦିର ନିକଟରୁ ସୁନା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଏନେଇ ହେମାନନ୍ଦ ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ଛାନ୍ ଭିନ୍ ଜାରି ରଖିଛି ।





