ସୋନପୁର, (ବାଘୁଆବାର୍ତ୍ତା): କ୍ରିକେଟ୍ ବ୍ୟାଟ୍ରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡାଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ମେଣ୍ଡା ଗାଁର ଚାରିଛକ ନିକଟ କୁମ୍ଭାରପଡା ଖାରୀବନ୍ଧ ନିକଟରେ କୌଣସି ଏକ ଘଟଣାକୁ ନେଇ ବଚସା ହୋଇଥିଲା । ପରେ କ୍ରିକେଟ୍ ବ୍ୟାଟ୍ରେ ମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକ ହେଲେ ମେଣ୍ଡା ଗାଁର ସନ୍ତୋଷ ହାତୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ କାହା ସାଙ୍ଗରେ ଝଗଡ଼ା ହେଲା ତାହା ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।





