ବଲାଙ୍ଗିର, (ବାଘୁଆବାର୍ତ୍ତା): କ୍ରିପ୍ଟୋ କରେନ୍ସି ଠକେଇ ଗ୍ୟାଙ୍ଗ ଗିରଫ । ଠକେଇ କରୁଥିବା ୭ ଜଣକୁ ଗିରଫ କରିଛି ବଲାଙ୍ଗିର ପୋଲିସ । ଠକେଇରେ ବ୍ୟବହୃତ ୨୫ଟି ମୋବାଇଲ, ୪ଟି ଲାପଟପ୍, ୨ଟି କମ୍ପ୍ୟୁଟର, ୪ଟି ଦାମୀ ଗାଡି ଓ ୫ଟି ମୋଟରସାଇକେଲ ସହ ୮.୩୭ ଲକ୍ଷ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ନିଜର ସ୍ବତନ୍ତ୍ର ଆପ୍ଲିକେସନ ଡାଇକନ ନାମରେ ଖୋଲିଥିଲେ । ଟଙ୍କା ଦେଇ ଲିଷ୍ଟିଂ ମଧ୍ୟ କରିଥିଲେ । ହେଲେ ଟଙ୍କା ନେଇ ଲୋକଙ୍କୁ ଠକୁଥିବା ନେଇ ସୋସିଆଲ ମିଡିଆରୁ ଖବର ବଲାଙ୍ଗିର ଟାଉନ ପୋଲିସ, ସାଇବର ପୋଲିସ ସୂଦପଡାର ଫେକ୍ କ୍ରିପ୍ଟୋ କରେନ୍ସି ଡାଇକନ ଉପରେ ଚଢାଉ କରିଥିଲେ । ମଲ୍ଟିଲେବଲ କମ୍ପାନୀ କରି ୧୫ କୋଟି ସଂଗ୍ରହ କରିଥିଲେ । ଲୋକଙ୍କୁ ଭେଟୁଥିଲେ, ଟଙ୍କା ଜମାକଲେ ଭଲ ରିଟର୍ଣ୍ଣ ମିଳିବ ବୋଲି ଟଙ୍କା ବିନଯୋଗ କରୁଥିଲେ ଲୋକେ । ଠକମାନେ ‘ଡାଇକନ୍’ ଟୋକନ ବୋଲି ଗୋଟିଏ କମ୍ପାନୀ ଲଞ୍ଚ କରୁଥିଲେ । ପଇସା ଦେଇ ଲିଷ୍ଟିଂ ମଧ୍ୟ କରିଥିଲେ । କିନ୍ତୁ ଆପ୍ଲିକେସନରେ ନିଜେ ନିଜେ ଭାଲ୍ୟୁ ମାନ୍ୟୁପୁଲେଟ୍ କରୁଥିଲେ । ଲୋକଙ୍କ ଟଙ୍କା ନିଜ ପରିବାର ସଦସ୍ୟଙ୍କ ନାମରେ ଡିପୋଜିଟ୍ କରୁଥିଲେ ।ଏପରି କି ଲୋକଙ୍କ ଲୋଭନୀୟ ଅଫର ମଧ୍ୟ ଦେଉଥିଲେ । ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ରହୁଥିଲା । ଯିଏ ଅଧିକ ଟଙ୍କା କିଣିବ ତାକୁ ଗୋଆ ଓ ଥାଇଲାଣ୍ଡ ବୁଲିବାକୁ ଅଫର ମଧ୍ୟ ଦେଉଥିଲେ । ଏମିତି ମାଧ୍ୟମରେ ୧୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ । ସଂଗୃହୀତ ଟଙ୍କାରେ ଦାମୀ କାର୍ ଓ ମୋଟରସାଇକେଲ କିଣିଛନ୍ତି । ବଲାଙ୍ଗିରରେ ଜମି ମଧ୍ୟ କିଣିଛନ୍ତି, ଶାଢୀ ଦୋକାନ ମଧ୍ୟ କରିଛନ୍ତି । ଏପରିକି ଲୋକଙ୍କ ଟଙ୍କାରେ ମଉଜ କରୁଥିଲେ ଏହି ଠକ ଗ୍ୟାଙ୍ଗ୍ । ଅଲଗା ଅଲଗା ଆକାଉଣ୍ଟରେ ୫୫ ଲକ୍ଷ ଫ୍ରିଜ୍ କରିଛି ପୋଲିସ । ଏହାସହ ୭ ଜଣ ଲୋକ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୬ ଜଣ ବଲାଙ୍ଗିର ସହରର ଓ ଜଣେ ଯାଜପୁର ଜିଲ୍ଲାର । ଗିରଫଙ୍କ ମଧ୍ୟରେ ପ୍ରଶାନ୍ତ ମେହେର, ଭାଇ ଦୁଷ୍ମନ୍ତ ମେହେର, ହେମନ୍ତ ମେହେର ଅଛନ୍ତି । ପ୍ରାୟ ୨ ହଜାର ନୀରିହ ଲୋକଙ୍କୁ ଠକୁଥିଲେ ।





