Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୌତୁକ ପାଇଁ ନବ ବଧୂକୁ ହତ୍ୟା, ସାତ ମାସ ପରେ ଜଳିଲା ଯୁଇ

by ସଞ୍ଜୟ ସ୍ୱାଇଁ
January 20, 2024
in Crime, State
ଯୌତୁକ ପାଇଁ ନବ ବଧୂକୁ ହତ୍ୟା, ସାତ ମାସ ପରେ ଜଳିଲା ଯୁଇ
190
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ସାତ ଜନମର ସାଥୀ ହେବା ପାଇଁ କେତେ ଆଶା ନେଇ ଆସିଥିଲେ ଗୀତା! ହେଲେ ସାତ ଜନମ କଣ, ଏଇ ଜନ୍ମରେ ସାଥ୍ ଦେଇପାରିଲାନି ଜୀବନ ସାଥୀ। ଯୌତୁକ ପାଇଁ ପତ୍ନୀକୁ ମାରିଦେଲା! ଅଳତା ଲିଭିବା ଆଗରୁ ଗାଁ ଶ୍ମଶାନରେ ଜଳିଲା ଜୁଇ! ମାମଲା ଥାନାକୁ ଗଲା ପରେ ଶାଶୁ ଘର ଲୋକେ ଫେରାର। ଏପରି ଲୋମଟାଙ୍କୁରା ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଘଟିଛି। ପାପଡାହାଣ୍ଡି ବ୍ଲକ୍ ସଦରମୁହକୁମା ସ୍ଥିତ ଭିମା ସାହିର ସୁଦାମ ସେଠୀ ପେଶାରେ ଜଣେ ଶିକ୍ଷକ। ସେ ଏବେ ସିଆର୍‌ସିସି ଭାବେ କାର‌୍ୟ୍ୟ କରୁଛନ୍ତି। ୭ ମାସ ତଳେ ସେ ମାଲକାନଗିରି ଜିଲ୍ଲା ସଦର ମୁହକୁମା କେନାଲ କଲୋନୀର ଗୀତା ସେଠୀଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା। ବିବାହ ପରେ ଶାଶୁ ଘରକୁ ଆସିଥିଲେ ଗୀତା। ସଂସାର ଗଢ଼ିବାକୁ ଆରମ୍ଭ କରିଥିଲେ। ଗୀତାଙ୍କ ବାପ ଘର ଲୋକେ ଦେଇଥିବା ଯୌତୁକରେ ସନ୍ତୁଷ୍ଟ ନଥିଲେ ସୁଦାମଙ୍କ ପରିବାର ଲୋକେ। ଆହୁରି ଯୌତୁକ ଆଣିବାକୁ କହୁଥିଲେ। ମାତ୍ର ଏଥିରେ ରାଜି ନଥିବାରୁ ଦିଆଯାଇଥିଲା ଶାରୀରିକ ଓ ମାନସିକ ନିର‌୍ୟାନା। ଏନେଇ ଗୀତା ବାପ ଘର ଲୋକଙ୍କୁ ଅବଗତ କରାଇଥିଲେ। ଶୁକ୍ରବାର ସକାଳ ପ୍ରାୟ ୧୦ଟା ବେଳେ ଗୀତା ନିଜ ଭଉଣୀ ମାନସୀ ସେଠୀଙ୍କ ପାଖକୁ ଫୋନ୍ କରିଥିଲେ। ସ୍ୱାମୀ, ନଣନ୍ଦ, ଶାଶୁ ଓ ଭଣଜା ମିଶି ମାଡ଼ ମାରିଥିବା ଗୀତା କହିଥିଲେ। ତା’ର କିଛି ସମୟ ପରେ ସ୍ୱାମୀ ସୁଦାମ ଫୋନ କରି ଗୀତା ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଥିଲେ। ଜ୍ୱାଇଁଙ୍କଠାରୁ ଏପରି ଦୁଃଖଦ କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଝିଅ ଘାରକୁ ଧାଇଁ ଯାଇଥିଲେ। ଝିଅର ମୃତଦେହ ଦେଖି କୋହକୁ ସମ୍ଭାଳି ପାରିନଥିଲେ। ପରେ ଏନେଇ ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାଶୁଘର ଲୋକେ ନିର‌୍ୟାତନା ଦେଇ ମାରିଦେଇଥିବା ଗୀତାଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତଚଳାଇଛି। ମାମଲା ଥାନାକୁ ଯାଇଥିବା ଜାଣିପାରି ସୁଦାମ ଓ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!