ଭଦ୍ରକ, (ବାଘୁଆବାର୍ତ୍ତା): ମେସ୍ରେ ଓଢଣୀ ଲଗାଇ ଫ୍ୟାନ୍ରେ ଝୁଲି ପଡିଲେ ଯୁବତୀ । ଭଦ୍ରକ ଟାଉନ ଥାନା ଅଧିନ ଜାନୁଗଞ୍ଜ ସ୍ଥିତ ଏକ ଘରୋଇ ମେସ୍ରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତକ ଭଣ୍ଡାରିପୋଖରୀ ଥାନା ଅଧିନ ସରସଦା ପଞ୍ଚାୟତ କୁରିକଣା ଗାଁର ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପରେ ମେସ୍ରେ ରହୁଥିଲେ । ଗୁରୁବାର ରାତିରେ ମା’ଙ୍କ ସହ କଥା ହୋଇଥିଲେ । ଶୁକ୍ରବାର ରୁମ୍ କବାଟ ନ ଖୋଲିବାରୁ ମେସ୍ ମାଲିକ ପୋଲିସକୁ ଜଣାଇଥିଲେ । ପୋଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଛି । ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।





