ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ସାକିର ଗାଁରେ ଡବଲ ମର୍ଡ଼ର। କଟୁରୀରେ ହାଣି ନିଜ ଦାଦା ଓ ଭାଉଜକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା। ଜମିବାଡି ବିବାଦକୁ ନେଇ ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକକୁ ଅଟକ ରଖିଛି ପୋଲିସ। ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।





