Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସତ୍ୟଙ୍କ ଅସତ୍ୟ ଖେଳରେ ଜଗନ୍ନାଥପ୍ରସାଦରେ ହେଲା କି ଲଙ୍କାକାଣ୍ଡ ?

ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କରୋନା ଆକ୍ରାନ୍ତ ସ୍ଥାନାନ୍ତର

by ସଞ୍ଜୟ ସ୍ୱାଇଁ
July 23, 2020
in Breaking, Feature News, Nayagarh
ସତ୍ୟଙ୍କ ଅସତ୍ୟ ଖେଳରେ ଜଗନ୍ନାଥପ୍ରସାଦରେ ହେଲା କି ଲଙ୍କାକାଣ୍ଡ ?
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମର ଆଜି ହୋଇଥିବା ଲଙ୍କାକାଣ୍ଡ ପଛରେ ଏକ ଗୁଢ଼ ରହସ୍ୟ ଥିବା ଆଲୋଚନା ହେଉଛି । ସ୍ଥାନୀୟ ନେତାଙ୍କୁ ବଦନାମ କରିବାକୁ ଯାଇ ଜିଲ୍ଲା ପ୍ରଶାସନକୁ ଖାଲରେ ପକା ଯାଇଥିବା ଆଲୋଚନା ହେଉଛି । ଏହା ପଛରେ କିଛି ସତ୍ୟ ନାମଧାରୀ ସଂସ୍ଥା ତଥା ବ୍ୟକ୍ତି ବିଶେଷ କିମ୍ବା ତାଙ୍କ ନିକଟତ୍ତମ ଲୋକଙ୍କ ପ୍ରଚ୍ଛନ ହାତ ରହିଥିବା ନେଇ ଖଣ୍ଡପଡ଼ାରେ ଚର୍ଚ୍ଚା ଜୋର ଧରିଛି । ପ୍ରାୟୋଜିତ ଭାବେ ଘଟା ଯାଇଥିବା ଏହି ଲଙ୍କା କାଣ୍ଡ ଦ୍ୱାରା ଗ୍ରାମବାସୀ ଉତ୍ତେଜିତ ହୋଇ ଆମ୍ବୁଲାନ୍ସ ଭାଙ୍ଗିବା, ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫଟାଇବା ଭଳି ଘଟଣା ଘଟିବା ସହ ୩୦ କରୋନା ଆକ୍ରାନ୍ତ କୋଭିଡ୍ କେୟାର ହୋମ୍‌ରୁ ଖସି ଯାଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଜଗନ୍ନାଥପ୍ରସାଦ ଗାଁରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରିବା ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ପରିସ୍ଥିତିକୁ ସ୍ଥାନୀୟ ବିଡିଓ, ତହସିଲାଦାର ସମ୍ଭାଳିବାକୁ ଅସମର୍ଥ ହୋଇଥିବା ବେଳେ ଘଟଣାସ୍ଥଳରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପହଂଚି ଅଣାୟତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସଫଳ ହୋଇଥିଲେ । ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ କରୋନା ଆକ୍ରାନ୍ତମାନଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସମସ୍ତ ଗ୍ରାମବାସୀଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ଜଣାଯାଇଛି । ମାତ୍ର ଏହି ମୋଟ ଘଟଣା ପଛରେ ନେତାକୁ ବଦନାମ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ଆଲୋଚନା ହେଉଛି । ସତ୍ୟଙ୍କ ଅସତ୍ୟର ପାର୍ଦୃଭାବ ରହିଥିବା ଏବଂ କାଣ୍ଡକୁ ଜାଣିଶୁଣି ତିଆରି କରାଯାଇଥିବା ନେଇ ପ୍ରଶ୍ନ ଉଠିଛି । ନୟାଗଡ଼ର ନେତା ଏବଂ ପ୍ରଶାସନକୁ ବଦନାମ କରିବାକୁ ଯାଇ ଜିଲ୍ଲା ପ୍ରବାସୀ ସତ୍ୟ ଏବଂ ତାଙ୍କ ସହଯୋଗୀ ଆଜି ଘଟାଇଥିବା କାଣ୍ଡରେ ପୁଲିସ ଓ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସତ୍ୟର ସତ୍ୟତା ଉପରେ ପରଦା ଯଥାଶୀଘ୍ର ଉଠା ଯାଉ ବୋଲି ଖଣ୍ଡପଡ଼ା ବାସୀ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!