Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମାନିଆ କରୋନା ଆକ୍ରାନ୍ତ, ଘରକୁ ପଳାଇଲେ

ଜଗନ୍ନାଥପ୍ରସାଦରେ ଉତ୍ତେଜନା

by ସଞ୍ଜୟ ସ୍ୱାଇଁ
July 23, 2020
in Breaking, Nayagarh
ଅମାନିଆ କରୋନା ଆକ୍ରାନ୍ତ, ଘରକୁ ପଳାଇଲେ
2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ ଆଜି ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମରୁ ୩୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁ ଲୋକଙ୍କ ଆମାନିଆ ପଣକୁ ନେଇ ସେଠାରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି । କୋଭିଡ୍ କେୟାର ହୋମ୍‌ରେ ରଖାଯାଇଥିବା ୩୦ ଆକ୍ରାନ୍ତ ଘରକୁ ଚାଲି ଯାଇଥିବା ଜଣାଯାଇଛି । ସୂଚନାନୁସାରେ, ଗତକାଲି ରାତିରେ ପ୍ରଶାସନ କରୋନା ଆକ୍ରାନ୍ତମାନଙ୍କୁ ଆଣି ନିକଟସ୍ଥ ବିଦ୍ୟାଳୟରେ ରଖିଥିଲା । ଆଜି ଗ୍ରାମବାସୀମାନେ କୋଭିଡ୍ କଟକଣାକୁ ଉଲଂଘନ କରି ବିଦ୍ୟାଳୟ ଚାରିପାଖରେ ହୋହାଲ୍ଲା ଗଣ୍ଡଗୋଳ ସୃଷ୍ଟି କରିଥିବା ଜଣାଯାଇଛି । ଗ୍ରାମବାସୀମାନେ ଅତ୍ୟନ୍ତ ଅବୁଝା ହୋଇପଡ଼ିବା ସହ କିଭଳି ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିଲେ ବୋଲି ଘଟଣାସ୍ଥଳରେ ପହଂଚିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଚାରିବା ସହ ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲ ଛାଡ଼ିବାକୁ ଦେଲେ ନାହିଁ । ଯାହାକୁ ନେଇ ଖଣ୍ଡପଡ଼ା ତହସିଲଦାର୍‌, ବିଡିଓ, ଫତେଗଡ଼ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ମାତ୍ର ବିଭିନ୍ନ କାରଣ ଦେଖାଇ ଗ୍ରାମବାସୀ ଗଣ୍ଡଗୋଳ କରିବା ସହ ପ୍ରଶାସନ ଏବଂ ପୁଲିସ ଉପରକୁ ଢେଲାପଥର ମାଡ଼ରେ କରିବା ଫଳରେ ଜଣେ ପୁଲିସ କର୍ମଚାରୀ ଆହାତ ହେବା ସହ ଗୋଟିଏ ଆମ୍ବୁଲାନ୍ସ କାଚ ଭାଙ୍ଗିଥିବା ଜଣାଯାଇଛି । ଯାହାକୁ ନେଇ ନୟାଗଡ଼ ପୁଲିସ ମୁଖ୍ୟାଳୟରୁ ଦୁଇ ପ୍ଲାଟୁନ ଫୋର୍ସ ଗାଁରେ ପହଂଚି ମୃଦୁ ଲାଠିଚାଳନା କରିଥିବା ଜଣାଯାଇଛି । ଲାଠିଚାଳନା ପରେ ଗାଁ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ କୋଭିଡ୍ କେୟାର ହୋମ୍‌ରେ ଥିବା ୩୦ ଜଣ ଆକ୍ରାନ୍ତ ଘରକୁ ଚାଲି ଯାଇଥିବା ଜଣାଯାଇଛି । ଅପରାହ୍ନରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ଖବର ଲେଖା ହେବା ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଛନ୍ତି । ସମସ୍ତଙ୍କର ସ୍ୱାବ ଟେଷ୍ଟ ଏବଂ କୋଭିଡ୍ କେୟାର ହୋମ୍‌କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!